ମିଶ୍ରିତ କୃଷି ଶୁଭଶ୍ରୀଙ୍କୁ କରିଛି ଆତ୍ମନିର୍ଭରଶୀଳ

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ସଦର ମହକୁମା ଆମ୍ବଝରି ଗ୍ରାମର ସଫଳ ମହିଳା ଚାଷୀ ଶୁଭଶ୍ରୀ ସାହୁ। ମାଛ, ଫଳଚାଷ ଓ ମେଣ୍ଢାପାଳନରୁ ଆତ୍ମନିର୍ଭରଶୀଳ ହୋଇଥିବା ଶୁଭଶ୍ରୀ ୧୦ ଏକର ଜାଗାରେ ଆମ୍ବଚାଷ କରିଥିବା ବେଳେ ସେଥିରୁ ବାର୍ଷିକ ୧୨ ଟନ‌୍ ଆମ୍ବ ଉତ୍ପାଦନ କରୁଛନ୍ତି।

dgjgdgjdgjdgj

ନୂଆଗାଁ: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ସଦର ମହକୁମା ଆମ୍ବଝରି ଗ୍ରାମର ସଫଳ ମହିଳା ଚାଷୀ ଶୁଭଶ୍ରୀ ସାହୁ। ମାଛ, ଫଳଚାଷ ଓ ମେଣ୍ଢାପାଳନରୁ ଆତ୍ମନିର୍ଭରଶୀଳ ହୋଇଥିବା ଶୁଭଶ୍ରୀ ୧୦ ଏକର ଜାଗାରେ ଆମ୍ବଚାଷ କରିଥିବା ବେଳେ ସେଥିରୁ ବାର୍ଷିକ ୧୨ ଟନ‌୍ ଆମ୍ବ ଉତ୍ପାଦନ କରୁଛନ୍ତି। ଏହାଛଡ଼ା ସେ ୨ ଏକର ଜାଗାରୁ ବାର୍ଷିକ ୩ ଲକ୍ଷ ଲେମ୍ବୁ, ଗୋଟିଏ ଏକର ଜାଗାରୁ ସପୁରି ଓ ଗୋଟିଏ ଏକର ଜାଗାରେ ଲାଗିଥିବା ନଡ଼ିଆ ଗଛରୁ ବାର୍ଷିକ ପ୍ରାୟ ୨୫ ହଜାର ନଡ଼ିଆ ଅମଳ କରୁଛନ୍ତି।  ନୂଆଗାଁ ମାଟିରେ ପ୍ରଥମ କରି ‘ଡ୍ରାଗନ୍‌ ଫ୍ରୁଟ୍‌’ ଫଳାଇଛନ୍ତି ଶୁଭଶ୍ରୀ। ୪ ବର୍ଷ ଧରି ସେ ୫୦ଟି ପିଲାର୍‌ରେ ‘ଡ୍ରାଗନ ଫ୍ରୁଟ୍‌’ ଉତ୍ପାଦନ କରୁଥିବାବେଳେ ଆଗାମୀ ଦିନରେ ସେ ଏହାକୁ ବଢ଼ାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି।

ଏଥିସହିତ ସେ ୩ ବର୍ଷ ହେଲା ବାର୍ଷିକ ୩ ଲକ୍ଷ ଆମ୍ବ, ୫୦ ହଜାର ଲେମ୍ବୁ, ୨ ହଜାର ପିଜୁଳି ଓ ୧ ହଜାର ଡ୍ରାଗନ୍‌ ଫୁଟ୍‌ର ଚାରା ପ୍ରସ୍ତୁତ କରି ବ୍ୟବସାୟୀ ଏବଂ ଚାଷୀମାନଙ୍କୁ ବିକ୍ରି କରୁଛନ୍ତି। ୩ ଏକର ଜାଗାରେ ମାଛ ଚାଷ କରିଆସୁଥିବା ବେଳେ ଏଥିରୁ ବାର୍ଷିକ ୨୫ରୁ ୩୦ କ୍ବିଣ୍ଟାଲ ମାଛ ଉତ୍ପାଦନ କରୁଛନ୍ତି। ଗ୍ରାମାଞ୍ଚଳରେ ମେଣ୍ଢା ପାଳନ ପ୍ରତି ଚାଷୀମାନଙ୍କର ଆଗ୍ରହ କମୁଥିବା ବେଳେ ଶୁଭଶ୍ରୀ ଆଜିର ଦିନରେ ୮୦ଟି ମେଣ୍ଢା ରଖିଛନ୍ତି। ଏଥିରୁ ମଧ୍ୟ ସେ ଖୁବ୍ ଲାଭବାନ ହେଉଛନ୍ତି। ବର୍ତ୍ତମାନ ସେ ୮ଟି ଗାଈ ରଖିଛନ୍ତି ଏବଂ ସେଥିରୁ ଦୈନିକ ୧୦ରୁ ୧୨ ଲିଟର କ୍ଷୀର ପାଉଛନ୍ତି। କେବଳ ସେତିକି ନୁହେଁ, ୧୦ ଜଣ ଶ୍ରମିକଙ୍କୁ ମଧ୍ୟ ସେ କର୍ମସଂସ୍ଥାନ ଦେଇଛନ୍ତି। ଘର ଚାରିକାନ୍ଥ ଭିତରୁ ବାହାରି ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ଶୁଭଶ୍ରୀ ସଫଳତା ସାଉଁଟିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe