ସବୋର୍ଚ୍ଚ ନ୍ୟାୟାଳୟର ଛୁଟି ସମୟରେ ମାସିକ ଫି ଛାଡ଼ ନିର୍ଦ୍ଦେଶନାମା ଉପରେ ମିଶ୍ରିତ ପ୍ରତିକ୍ରିୟା

ଛାଡ଼ପତ୍ର ପାଇଁ ସହମତ ଦମ୍ପତିଙ୍କ ଲାଗି ୬ ମାସ ବାଧ୍ୟତାମୂଳକ ପ୍ରତୀକ୍ଷା ସର୍ତ୍ତ ଅନାବଶ୍ୟକ

Image Courtesy of India Today

ପାରଳାଖେମୁଣ୍ତି: ଗତ ୩ ତାରିଖ ଦିନ ସବୋର୍ଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମାକୁ ଆଧାର କରି ରାଜ୍ୟ ସରକାରଙ୍କର ବିଦ୍ୟାଳୟ ଏବ˚ ଗଣଶିକ୍ଷା ବିଭାଗ ଚିଠା ନମ୍ବର ୧୦୨୧୫ ମାଧ୍ୟମରେ ଛାତ୍ରମାନଙ୍କର ‘‘ମାସିକ ଦେୟ ଛାଡ଼’’(ମନ୍ତଲି ଫିଜ୍‌)କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଆଦେଶ ଜାରି କରିଛନ୍ତି । ଉକ୍ତ ଆଦେଶ ବିଭିନ୍ନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ କାର୍ଯ୍ୟକାରୀ ହେବ ଏବ˚ ବେସରକାରୀ ବିଦ୍ୟାଳୟଗୁଡ଼ିକ ୧୫ ପ୍ରତିଶତ ରିହାତି କରି ପିଲାଙ୍କ ମାସିକ ଫିଜ୍‌ ନେବେ ଏବ˚ ଏହା ବିଭିନ୍ନ କିସ୍ତିରେ ଦେବାକୁ ପଡ଼ିବ। ଉକ୍ତ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି କି କୌଣସି କାରଣ ଯୋଗୁଁ ଯଦି ଛାତ୍ରଛାତ୍ରୀମାନଙ୍କର ଅଭିଭାବକମାନେ ଫିଜର କିସ୍ତି ପଇଠ କରିବାରେ କୌଣସି ଅସୁବିଧା ହେବ ବେସରକାରୀ ବିଦ୍ୟାଳୟ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ।
ଏହି ନିର୍ଦ୍ଦେଶନାମା ପହଞ୍ଚିବା ପରେ ଅଭିଭାବକମାନେ ଏହି ସମ୍ପର୍କରେ ଭିନ୍ନଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ଅନେକ ଅଭିଭାବକ ଏହି ରାୟରେ କିଛିଟା ନିରାଶ ହୋଇଥିବା ଜଣାପଡ଼ିଥିଲା କାରଣ ସେମାନେ ସମ୍ପୂର୍ଣ୍ଣ ଭାବେ ଫିଜ ରିହାତି ପାଇଁ ଦାବି କରୁଥିଲେ। ଅନ୍ୟପକ୍ଷରେ ଆଉ କିଛି ଅଭିଭାବକ କହିଛନ୍ତି କି ସବୋର୍ଚ୍ଚ ନ୍ୟାୟାଳୟ ସବୁ ସ୍ତରରେ କିପରି ସମସ୍ତେ କିଛି ସାହାଯ୍ୟ ପାଇବେ ଏହାକୁ ଆଧାର କରି ରାୟ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବେସରକାରୀ ଶିକ୍ଷା ଅନୁଷ୍ଠାନଗୁଡ଼ିକ ନିଶ୍ଚିତ ଭାବେ ଚିନ୍ତିତ। ନିଜର ନାମର ଗୋପନ ରଖି ଜଣେ ପରିଚାଳକ କହିଥିଲେ କି ସବୋର୍ଚ୍ଚ ନ୍ୟାୟାଳୟର ରାୟ ମାନିବା ପାଇଁ ଆମେ ବାଧ୍ୟ। ତେବେ ଯେଉଁ ରିହାତି ଘୋଷଣା କରିଛନ୍ତି ସେଥିରେ ବିଦ୍ୟାଳୟ ପରିଚାଳନାରେ ଆର୍ଥିକ ତୃଟି ସୃଷ୍ଟି ହେବ । କିଛି ତଥ୍ୟ ଉପସ୍ଥାପନ କରି ଏହି ବିଦ୍ୟାଳୟର ପରିଚାଳକ କହିଥିଲେ କି କରୋନା ସମୟରେ ପାଠପଢା ହେଲା ନାହିଁ ,ଅନ୍ୟପକ୍ଷରେ ସମସ୍ତ କର୍ମଚାରୀଙ୍କୁ ଦରମା ଦେବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଅବହେଳା କରିନାହାନ୍ତି । ଏପରି ସ୍ଥିତିରେ ପିଲାମାନଙ୍କର ମାସିକ ଫିଜ୍‌ ହେଉଛି ସେମାନଙ୍କର ଏକ ମାତ୍ର ଆଦାୟ।
ଅନ୍ୟପକ୍ଷରେ ସବୋର୍ଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମା ଏବ˚ ରାଜ୍ୟ ସରକାରଙ୍କର ଚିଠା ଉପରେ ଅଧିକ ମନ୍ତବ୍ୟ ଦେବା ପାଇଁ ଦୁଇଟି ବଡ଼ବଡ଼ ବିଦ୍ୟାଳୟର ମୁଖ୍ୟ ପରିଚାଳକ ସିଧା ମନା କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe