ଏମକେସି ହାଇସ୍କୁଲରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

Advertisment
ଏମକେସି ହାଇସ୍କୁଲରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ବାରିପଦା : ବାରିପଦାସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଛି । ବିଦ୍ୟାଳୟର ଏକ ଭାରତ ଶ୍ରେଷ୍ଠ ଭାରତ କ୍ଲବ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଡ଼ଃ ପ୍ରଜ୍ଞାପାରମିତା ଜେନା ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଭାରତ ସ୍ୱାଧୀନତା ପ୍ରାପ୍ତି ପରେ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା ପ୍ରତିଷ୍ଠା ଦିଗରେ ତାଙ୍କର ବଳିଷ୍ଠ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ରାଷ୍ଟ୍ରୀୟ ଏକତା ପ୍ରତିଷ୍ଟା ନିମନ୍ତେ କାର୍ଯ୍ୟ କରିବେ ବୋଲି ଶପଥ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଅମିତାଭ ମିଶ୍ର ସଂଯୋଜନା କରିଥିବା ବେଳେ ଶିକ୍ଷକ ଡ଼ଃ ଶଶୀଧର ବିଶ୍ୱାଳ ଧନ୍ୟବାଦ ଅର୍ପଣ ଏବଂ ଶିକ୍ଷକ ଅତୁଲ ପରିଡ଼ା, ବିଜୟ କୁମାର ନାଥ, ରାଜୀବ ଲୋଚନ ଜେନା, ଅନୁଶ୍ମିତା ବାରିକ ପ୍ରମୁଖ କାର୍ଯ୍ୟକ୍ରମକରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନଲାଇନରେ ରାଷ୍ଟ୍ରୀୟ ଏକାତା ଦିବସ ପାଳନର ତାତ୍ପର୍ଯ୍ୟ ବିଷୟବସ୍ତୁକୁ ନେଇ ଏକ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe