Advertisment

ଏମ୍‌କେସିଜି କ୍ୟାମ୍ପସ୍‌ ପୁଣି ଅଶାନ୍ତ: ଦୁଇ ବିଭାଗ ଛାତ୍ର ହାତାହାତି

Advertisment

ପୁଣି ଥରେ ଚର୍ଚ୍ଚାକୁ ଆସିଛି ଏମ୍‌କେସିଜି ମେଡିକାଲ୍‌ କ୍ୟାମ୍ପସ୍‌। ପୂର୍ବରୁ କନିଷ୍ଠଙ୍କୁ ରୢାଗିଂ, ସହପାଠୀଙ୍କ ଗାଲକୁ କାମୁଡ଼ିବା, ଚିକିତ୍ସାରେ ଅ‌ବହେଳା ଭଳି ଅଭିଯୋଗ ପରେ ଏବେ ଦୁଇ ବିଭାଗର ଛାତ୍ରଙ୍କ ମଧ୍ୟରେ ହାତାହାତି ଘଟଣା ପଦାକୁ ଆସିଛି।

ପୁଣି ଥରେ ଚର୍ଚ୍ଚାକୁ ଆସିଛି ଏମ୍‌କେସିଜି ମେଡିକାଲ୍‌ କ୍ୟାମ୍ପସ୍‌। ପୂର୍ବରୁ କନିଷ୍ଠଙ୍କୁ ରୢାଗିଂ, ସହପାଠୀଙ୍କ ଗାଲକୁ କାମୁଡ଼ିବା, ଚିକିତ୍ସାରେ ଅ‌ବହେଳା ଭଳି ଅଭିଯୋଗ ପରେ ଏବେ ଦୁଇ ବିଭାଗର ଛାତ୍ରଙ୍କ ମଧ୍ୟରେ ହାତାହାତି ଘଟଣା ପଦାକୁ ଆସିଛି।

ଏମ୍‌କେସିଜିରେ ରକ୍ତର ଉତ୍କଟ ଅଭାବ: ୟୁନିଟ୍‌ ସଂଖ୍ୟା ୨୩କୁ ଖସିଲା, ନେଗେଟିଭ୍‌ ଗ୍ରୁପ୍‌ ଖାଲି

ବ୍ରହ୍ମପୁର: ପୁଣି ଥରେ ଚର୍ଚ୍ଚାକୁ ଆସିଛି ଏମ୍‌କେସିଜି ମେଡିକାଲ୍‌ କ୍ୟାମ୍ପସ୍‌। ପୂର୍ବରୁ କନିଷ୍ଠଙ୍କୁ ରୢାଗିଂ, ସହପାଠୀଙ୍କ ଗାଲକୁ କାମୁଡ଼ିବା, ଚିକିତ୍ସାରେ ଅ‌ବହେଳା ଭଳି ଅଭିଯୋଗ ପରେ ଏବେ ଦୁଇ ବିଭାଗର ଛାତ୍ରଙ୍କ ମଧ୍ୟରେ ହାତାହାତି ଘଟଣା ପଦାକୁ ଆସିଛି। ଶୁକ୍ରବାର ରାତିରେ ଏହା ଘଟିଛି। ସୂଚନା ଅନୁସାରେ, ପିଜି ହଷ୍ଟେଲ୍‌ରେ ଥିବା କ୍ୟାଣ୍ଟିନ୍‌ରେ କଲେଜର ଅସ୍ଥିଶଲ୍ୟ ଓ ଶିଶୁରୋଗ ବିଭାଗର ଛାତ୍ରଙ୍କ ମଧ୍ୟ‌ରେ ସମନ୍ବୟ ଅଭାବ କାରଣରୁ ବଚସା ଆରମ୍ଭ ହୋଇଥିଲା। ଅସ୍ଥିଶଲ୍ୟ ବିଭ‌ାଗର ୫ଜଣ ଛ‌ାତ୍ର ଶିଶୁରୋଗ ବିଭାଗର ଛାତ୍ରଙ୍କୁ ମାଡ଼ ମାରିଥିଲେ। ଖବର ପାଇ ବୁଝ‌ାମଣା ପ‌‌ାଇଁ ଆସିଥିବା ଶିଶୁରୋଗ ବିଭାଗର ବରିଷ୍ଠ ଡାକ୍ତରଙ୍କୁ ମଧ୍ୟ ଖରାପ ବ୍ୟବହାର କରାଯାଇଥିଲା। ମାଡ଼ ଖାଇଥିବା ଛାତ୍ର ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି।

 ଏ ନେଇ ବିପକ୍ଷ ଗୋଷ୍ଠୀ ମଧ୍ୟ ପାଲଟା ଅଭିଯୋଗ ଆଣିଛନ୍ତି। ଏଣୁ ପୁଲିସ ଉଭୟ ଗୋଷ୍ଠୀଙ୍କ ଅଭିଯୋଗ ଅନୁସାରେ ତଦନ୍ତ ଆରମ୍ଭ କରିଛି। ମେଡିକାଲରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରିବା ସହ ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ ଛାତ୍ର ଏବଂ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି। ଘଟଣା ସଂପର୍କରେ ଅଧୀକ୍ଷକ ଡା. ପ୍ରଫେସର ସୁଚିତ୍ରା ଦାଶ କହିଛନ୍ତି ଶିକ୍ଷାନୁ‌ଷ୍ଠାନ‌ରେ ହିଂସାର ସ୍ଥାନ ନାହିଁ, ଏସ୍‌ପିଙ୍କ ସହ ଆଲୋଚନା ପରେ କମିଟି ଗଠନ କରି ଏହି ଘଟଣାର ତଦନ୍ତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe