Advertisment

ଏମ୍‌କେସିଜିରେ ରକ୍ତର ଉତ୍କଟ ଅଭାବ: ୟୁନିଟ୍‌ ସଂଖ୍ୟା ୨୩କୁ ଖସିଲା, ନେଗେଟିଭ୍‌ ଗ୍ରୁପ୍‌ ଖାଲି

Advertisment

ଦିନକୁ ଆବଶ୍ୟକ ଶହେ ୟୁନିଟ୍‌

ଦିନକୁ ଆବଶ୍ୟକ ଶହେ ୟୁନିଟ୍‌

ଏମ୍‌କେସିଜିରେ ରକ୍ତର ଉତ୍କଟ ଅଭାବ: ୟୁନିଟ୍‌ ସଂଖ୍ୟା ୨୩କୁ ଖସିଲା, ନେଗେଟିଭ୍‌ ଗ୍ରୁପ୍‌ ଖାଲି

ବ୍ରହ୍ମପୁର: ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଥିବା ରକ୍ତଭଣ୍ଡାରରେ ରକ୍ତର ଉତ୍କଟ ଅଭାବ ଦେଖା ଦେଇଛି। ଆଜିର ରେକର୍ଡ ଅନୁସାରେ ଏମ୍‌କେସିଜି ରକ୍ତଭଣ୍ଡାରରେ ୟୁନିଟ୍‌ ସଂଖ୍ୟା ୨୩କୁ ଖସି ଆସିଛି। ଏପରିକି ନେଭେଟିଭ୍‌ ଗ୍ରୁପ୍‌ ରକ୍ତ ଖାଲି ହେବାକୁ ବସିଲାଣି। ଫଳରେ ନେଗେଟିଭ୍‌ ଗ୍ରୁପ୍‌ ରୋଗୀ ରକ୍ତ ନପାଇ ବହୁ ହଟହଟା ହେଉଛନ୍ତି। ଏମ୍‌କେସିଜି ରକ୍ତଭଣ୍ଡାରରୁ ଦୈନିକ ହାରାହାରି ପ୍ରାୟ ଶହେ ୟୁନିଟ୍‌ ରକ୍ତ ରୋଗୀଙ୍କ ପାଇଁ ଦିଆଯାଉଛି। ଏବେ ରକ୍ତର ଘୋର ଅଭାବ ରହିଥିବାରୁ ଜଟିଳ ପରିସ୍ଥିତି ଦେଖାଦେଇଛି। ଏଣୁ ଯେଉଁମାନେ ରକ୍ତ ନେଉଛନ୍ତି, ସେମାନଙ୍କୁ ଗୋଟିଏ ୟୁନିଟ୍‌ ରକ୍ତ ଦେବାକୁ ଅନୁରୋଧ କରାଯାଉଛି। ଏଭଳି ବିନିମୟ ବ୍ୟବସ୍ଥାରେ ବର୍ତ୍ତମାନ ରକ୍ତଭଣ୍ଡାର ଚାଲିଛି।

ଏମ୍‌କେସିଜି ରକ୍ତଭଣ୍ଡାରରୁ ୫ଶହରୁ ଊର୍ଦ୍ଧ୍ବ ଥାଲାସେମିଆ, ସିକିଲ୍‌ସେଲ୍‌ ଓ ହେମୋଫିଲିଆ ରୋଗୀ ପ୍ରତି ମାସରେ ରକ୍ତ ନେଇଥାନ୍ତି। ସେହିପରି ଓଟି, ପ୍ରସୂତି ବିଭାଗ ସହିତ ଦୁର୍ଘଟଣା ସମୟରେ ଗୁରୁତରଙ୍କୁ ତୁରନ୍ତ ରକ୍ତ ଦେବା ବ୍ୟବସ୍ଥା କରାଯାଇଥାଏ। ଏଣୁ ପ୍ରତିଦିନ ଏଭଳି ରୋଗୀଙ୍କୁ ପ୍ରାୟ ୬୦/୬୫ ୟୁନିଟ୍‌ ରକ୍ତ ଦିଆଯାଏ। ଏହା ସହିତ ଡାକ୍ତରଙ୍କ ପରାମର୍ଶ କ୍ରମେ ରୋଗୀଙ୍କୁ ରକ୍ତ ଦିଆଯାଇଥାଏ। ଏପରିକି ଜଣେ ଜଣେ ରୋଗୀଙ୍କୁ ୪/୫ ୟୁନିଟ୍‌ ପର୍ଯ୍ୟନ୍ତ ରକ୍ତର ଆବଶ୍ୟକ ପଡ଼ିଥାଏ। କିନ୍ତୁ ଏବେ ଆବଶ୍ୟକତା ଅନୁସାରେ ରକ୍ତଭଣ୍ଡାରରୁ ରକ୍ତ ମିଳିପାରୁ ନାହିଁ। ଏଥିପାଇଁ ଯେଉଁମାନେ ରକ୍ତ ନେଉଛନ୍ତି, ସେମାନଙ୍କୁ ଗୋଟିଏ ୟୁନିଟ୍‌ ରକ୍ତଦାନ କରିବାକୁ କୁହାଯାଉଛି।

ବଡ଼ ଡାକ୍ତରଖାନାରେ ନେଗେଟିଭ୍‌ ଗ୍ରୁପ୍‌ ମଧ୍ୟରେ ଏ-ନେଗେଟିଭ୍‌ ଓ ଏବି-ନେଗେଟିଭ୍‌ ଗ୍ରୁପ୍‌ ରକ୍ତ ଖାଲି ହୋଇ ସାରିଥିବା ବେଳେ ଓ-ନେଗେଟିଭ୍‌ ଏବଂ ବି-ନେଗେଟିଭ୍‌ ଗ୍ରୁପ୍‌ର ଗୋଟିଏ ଲେଖାଏଁ ୟୁନିଟ୍‌ ରହିଛି। ସେହିପରି ଓ-ପଜିଟିଭ୍‌ ୧୦ ୟୁନିଟ୍‌ ରହିଥିବା ବେଳେ ବି-ପଜିଟିଭ୍‌ ୫, ଏ-ପଜିଟିଭ୍‌ ୫ ଓ ଏବି-ପଜିଟିଭ୍‌ ମାତ୍ର ଗୋଟିଏ ୟୁନିଟ୍‌ ରହିଥିବା ରକ୍ତଭଣ୍ଡାର ସୂତ୍ରରୁ ପ୍ରକାଶ। ସାଧାରଣତଃ ମାର୍ଚ୍ଚରୁ ଜୁନ୍‌ ପର୍ଯ୍ୟନ୍ତ ଖରା ଯୋଗୁଁ ଏଭଳି ରକ୍ତ ଅଭାବ ଦେଖା ଦେଇଥାଏ। ଖରା କମିଲେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର ସଂଖ୍ୟା ବଢ଼ିବା ପରେ ଧୀରେଧୀରେ ରକ୍ତ ଅଭାବ ସମସ୍ୟା ଦୂର ହେବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe