ପୁଣି ଚର୍ଚ୍ଚାରେ ଏମ୍‌କେସିଜି ମେଡିକାଲ କଲେଜ: ଚଟାଣରେ ଶୋଉଛନ୍ତି ରୋଗୀ

Advertisment
ପୁଣି ଚର୍ଚ୍ଚାରେ ଏମ୍‌କେସିଜି ମେଡିକାଲ କଲେଜ: ଚଟାଣରେ ଶୋଉଛନ୍ତି ରୋଗୀ

ବ୍ରହ୍ମପୁର : ଚିକିତ୍ସା ସେବାରେ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ଏମ୍‌କେସିଜି ବଡ଼ ମେଡିକାଲର ସ୍ଥିତି ଅତି ଦୟନୀୟ। ବଡ଼ ମେଡିକାଲର ବିଭିନ୍ନ ଅବ୍ୟବସ୍ଥାକୁ ନେଇ ସାଂଘାତିକ ଅଭିଯୋଗ ଆସୁଥିବାବେଳେ ଗତ ଦୁଇ ଦିନ ପୂର୍ବେ କ୍ୟାନସର ୱାର୍ଡ଼ରେ ରୋଗୀଙ୍କୁ ମହମବତୀ ଓ ମୋବାଇଲ୍ ଲାଇଟ୍‌ରେ ଚିକିତ୍ସା କରାଯାଉଥିବାର ଦୃଶ୍ୟ ବୋଲି ଲୋକଲୋଚନକୁ ଆସିଥିଲା। କ୍ୟାନସର ଭଳି ମାରାତ୍ମକ ରୋଗର ଚିକିତ୍ସା ବ୍ୟବସ୍ଥା ଚାଲିଛି ଏଭଳି ଦୟନୀୟ ସ୍ଥିତିରେ ଚାଲିଥିବାବେଳେ ଏବେ ଆଉ ଏକ ଗୁରୁତର ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏହି ୱାର୍ଡ଼ରେ ଆବଶ୍ୟକ ସଂଖ୍ୟକ ଶଯ୍ୟା ନଥିବାରୁ ରୋଗୀମାନେ ବାରଣ୍ଡା ଚଟାଣରେ ଶୋଇ ଚିକିତ୍ସିତ ହେଉଛନ୍ତି।

କ୍ୟାନସର୍‌ ରୋଗୀଙ୍କ ଚିକିତ୍ସା ପାଇଁ ଦକ୍ଷିଣ ଓଡ଼ିଶାର ଅନ୍ୟ ଜିଲ୍ଲାରେ ସେଭଳି ଖାସ୍‌ ସୁବିଧା ନାହିଁ। ଏଣୁ ଏଭଳି ରୋଗୀ ବ୍ରହ୍ମପୁର ବଡ଼ ଡାକ୍ତରଖାନା କିମ୍ବା କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର୍‌ ହସ୍ପିଟାଲ୍‌ ଉପରେ ନିର୍ଭର କରନ୍ତି। ମାତ୍ର, ଏମ୍‌କେସିଜି ମେଡିକାଲରେ ରହିଥିବା କ୍ୟାନସର୍‌ ୱାର୍ଡ଼ର ଆଉଟ୍‌ଡୋର୍‌ ଏବଂ ଇନ୍‌ଡୋର୍‌ ଗୋଟିଏ କୋଠାରେ ଚାଲୁଛି। ଇନ୍‌ଡୋର୍‌ରେ ମାତ୍ର ୨୦ଟି ଶଯ୍ୟା ରହିଛି। ଏହି ବିଭାଗ ଉପରେ ଦକ୍ଷିଣ ଓଡ଼ିଶାବାସୀ ନିର୍ଭର କରୁଥିବାବେଳେ ରୋଗୀ ଚିକିତ୍ସା ପାଇଁ ଇନ୍‌ଡୋର୍‌ରେ ରହିଛି ମାତ୍ର ୨୦ଟି ଶଯ୍ୟା। ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି। ରୋଗୀ ସଂଖ୍ୟା ବଢ଼ିଲେ ନାନା ଅସୁବିଧା ହେଉଛି। ରୋଗୀ ଜୀବନ ବଞ୍ଚାଇବା ପାଇଁ ବାଧ୍ୟ ହୋଇ ଚଟାଣରେ ଶୋଇ ଚିକିତ୍ସିତ ହେଉଥିବା ସ୍ଥାନୀୟ ‌ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe