ବିଧାୟକ ସମ୍ବିତଙ୍କ ବିରୋଧରେ ମେଳି: ମାନସିକ କଲେ, ନଡ଼ିଆ ପଠାଇଲେ

Advertisment

ଏଭଳି ମାନସିକକୁ ମା’ ତାରିଣୀ ଶୁଣନ୍ତି ନାହିଁ: ବିଧାୟକ

ଏଭଳି ମାନସିକକୁ ମା’ ତାରିଣୀ ଶୁଣନ୍ତି ନାହିଁ: ବିଧାୟକ

ବିଧାୟକ ସମ୍ବିତଙ୍କ ବିରୋଧରେ ମେଳି: ମାନସିକ କଲେ, ନଡ଼ିଆ ପଠାଇଲେ

କୁଜଙ୍ଗ: ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧୀ କୁହାଯାଉଥିବା ବିଜେଡିର ଅସନ୍ତୁଷ୍ଟ କର୍ମୀମାନେ ଆଜି ରାହାମାଠାରେ ଏକ ସମାବେଶରେ ଏକାଠି ହୋଇଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସେମାନେ ବିଧାୟକଙ୍କ ପ୍ରାର୍ଥିତ୍ବକୁ ବିରୋଧକରି ମା’ ତାରିଣୀଙ୍କ ପାଖକୁ ନଡ଼ିଆ ପଠାଇଛନ୍ତି। ତେବେ, ଏଭଳି ମାନସିକକୁ ମା’ ଶୁଣନ୍ତି ନାହିଁ ବୋଲି ବିଧାୟକ କହିଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାହାମାସ୍ଥିତ ଜିତ୍ ମଣ୍ତପଠାରେ କୁଜଙ୍ଗ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଓ ଗରେଇର ପୂର୍ବତନ ସରପଞ୍ଚ ସଂଗ୍ରାମ ମନ୍ତ୍ରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାବେଶରେ ବିଭିନ୍ନ ପଞ୍ଚାୟତରୁ ବିଜେଡିର ନେତା କର୍ମୀ ତପନ କୁମାର ସାମନ୍ତରାୟ, ନନ୍ଦିନୀ ପଣ୍ତା, ମନୋଜ କୁମାର ବେହେରା, ଦୀପକ ସ୍ବାଇଁ, ଶିଶିର ଦାସ, ସୁରେନ୍ଦ୍ର ସ୍ବାଇଁ, ଭାରତଭୂଷଣ ନାୟକ, ନୃସିଂହ ଜେନା, ସୌମ୍ୟରଞ୍ଜନ ରାଉତ(ମିଟୁ), ଅଟଳ ଦାସ, ସାଗର ପ୍ରଧାନ, ଧନେଶ୍ବର ସାମଲ, ରାଜେଶ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ସେମା‌ନେ ଅଭିଯୋଗ କରିଥିଲେ, ୨୦୧୯ରେ ନିର୍ବାଚିତହେବା ପରଠାରୁ ବିଧାୟକ ସେମାନଙ୍କୁ ଅଣଦେଖା କରି ଆସୁଛନ୍ତି। ଯଦି ଦଳ ବର୍ତ୍ତମାନର ବିଧାୟକଙ୍କୁ ଟିକେଟ ଦିଏ, ତେବେ ସେମାନେ ଭୋଟ ବର୍ଜନ କରିବାକୁ ଶପଥ ନେଇଥିଲେ। ଏପରିକି ମାନସିକ କରି ତାରିଣୀଙ୍କ ପାଖକୁ ନଡ଼ିଆ ପଠାଇଥିଲେ। ଏ ସମ୍ପର୍କରେ ବିଧାୟକ ସମ୍ବିତ ରାଉତରାୟ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ତାରିଣୀଙ୍କ ପାଖକୁ ଭକ୍ତି ଓ ଶ୍ରଦ୍ଧାରେ ମାନସିକ କରି ନଡ଼ିଆ ପଠାଇଲେ ମା’ ଶୁଣିବେ। ମାତ୍ର କ୍ରୋଧ, ପ୍ରତିଶୋଧ ପରାୟଣତା, ଈର୍ଷା ଭାବ ନେଇ ନଡ଼ିଆ ପଠାଇଲେ ମା’ ଶୁଣିବେ ନାହିଁ। ଦାମବାବୁଙ୍କ ପରିବାରରୁ ହିଁ ଜଣେ ପ୍ରାର୍ଥୀ ହେବେ ଓ ପାରାଦୀପବାସୀ ତାଙ୍କୁ ପୂର୍ବ ଅପେକ୍ଷା ଅଧିକ ଭୋଟ ଦେଇ ବିଜୟୀ କରାଇବେ ବୋଲି ସମ୍ବିତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe