ଖୁସି ବାଣ୍ଟିଲେ ବଢ଼େ... ବୃଦ୍ଧାଶ୍ରମରେ ଜନ୍ମଦିନ ପାଳିଲେ ବିଧାୟକ ଆକାଶ ଦାସନାୟକ, ଅନ୍ତେବାସୀଙ୍କ ପାଇଁ ଆୟୋଜନ କଲେ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

New Project (4)

ଭୁବନେଶ୍ଵର: ଆଜି ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ତଥା କୋରେଇ ନିର୍ବାଚନ ମଣ୍ଡଳୀର ବିଧାୟକ ଏବଂ ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ଉପଦେଷ୍ଟା ଆକାଶ ଦାସନାୟକଙ୍କ ଜନ୍ମଦିନ । ପ୍ରତିବର୍ଷ ଏହିଦିନ ଆକାଶ ଦାସନାୟକ ତାଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଆସୁଛନ୍ତି । ସେ ପ୍ରତିବର୍ଷ ତାଙ୍କ ଜନ୍ମଦିନ ଅନାଥ ଆଶ୍ରମର କୁନି କୁନି ପିଲା, ସେବାଶ୍ରମର ଅନ୍ତେବାସୀ, ମୁକବଧୀର ବିଦ୍ୟାଳୟର ଛାତ୍ରଛାତ୍ରୀ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପାଳନ କରିଆସୁଛନ୍ତି । ଏହି ବର୍ଷ ଭୁବନେଶ୍ଵର ଉତରା ସ୍ଥିତ ଶ୍ରୀ କ୍ରୀଷ୍ଣା ଆନନ୍ଦ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ଗହଣରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି ।

WhatsApp Image 2025-09-17 at 17.01.35

ଆକାଶ ତାଙ୍କ ଜନ୍ମଦିନ ଉପଲକ୍ଷେ ଏହି ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ପାଇଁ ନିଃଶୁଳ୍କ ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ କରିଥିଲେ । ସ୍ପର୍ଶ ହସ୍‌ପିଟାଲର ମୁଖ୍ୟ ଡାକ୍ତର ପ୍ରିୟବ୍ରତ ଧୀରଙ୍କ ତତ୍ତ୍ଵାବଧାନରେ ହସ୍‌ପିଟାଲର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ଵାରା ଅନ୍ତେବାସୀଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଔଷଧ ମାଗଣାରେ ଦିଆଯାଇଥିଲା । ଏହି ଅନ୍ତେବାସୀଙ୍କ ମନୋରଞ୍ଜନ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜନ୍ମଦିନରେ ଏହି ଅନ୍ତେବାସୀଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଆକାଶଙ୍କର ଏହା ଥିଲା ନିଆରା ପ୍ରୟାସ । ବୃଦ୍ଧାଶ୍ରମର କର୍ମକର୍ତା ଓ ଅନ୍ତେବାସୀମାନେ ଆକାଶଙ୍କ ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଆକାଶଙ୍କୁ ଅନ୍ତେବାସୀମାନେ ପାଖରେ ପାଇ ବହୁତ ଖୁସି ହେବା ସଙ୍ଗେ ସଙ୍ଗେ ତାଙ୍କ ଦୀର୍ଘ ଜୀବନ ସୁଖମୟ ହେବା ପାଇଁ ଭଗବାନଙ୍କ ପାଖରେ ଶୁଭ ମନାସୀ ଥିଲେ ଏବଂ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ ।

ଆକାଶ ଅନ୍ତେବାସୀଙ୍କ ସହ ଖୁସି ବାଂଟିଥିଲେ । ସେ କହିଥିଲେ – “ ଖୁସି ବାଂଟିଲେ ଖୁସି ବଢେ” । ଆକାଶଙ୍କର ସିନେ ପ୍ରଶଂସକ, ରାଜନୈତିକ ପ୍ରଶଂସକ, ବୁଦ୍ଧିଜୀବୀ ମହଲରୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି । ଅନେକ ବିଶିଷ୍ଟ ବ୍ୟକ୍ତି ଆକାଶଙ୍କୁ ତାଙ୍କର ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଏହି ଜନ୍ମଦିନ ପାଳନ ଉତ୍ସବରେ ସ୍ପର୍ଶ ହସ୍‌ପିଟାଲର ଡାକ୍ତରୀ ଦଳ, ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଉପସଭାପତି ଡଃ ସୂର୍ଯ୍ୟପ୍ରକାଶ ଏସ୍. ଚୌଧୁରୀ, ଶୁଭଶ୍ରୀ ମଙ୍ଗରାଜ, ଦେବୀ ପ୍ରସାଦ ମଙ୍ଗରାଜ, ବୈଷ୍ଣବ ଭୋଳ, ପଞ୍ଜନ ପାତ୍ରା, ଜୋଷିକା ବୋଷ, କିଶୋର ଚନ୍ଦ୍ର ଦାସ, ଆଦିତ୍ୟ ଚୌଧୁରୀ, ଅଂଶ ଦାସନାୟକ, ତାପସ, ୟାମିନୀ, ଇପ୍ସିତା ପ୍ରିୟଦର୍ଶିନୀ, ଭାଗ୍ୟଧର ସାମଲ, ଭବାନୀଶଙ୍କର ଜେନା, ବିଶ୍ଵରଞ୍ଜନ ପଣ୍ଡା, ଅମୁଲ୍ୟ, ଏବଂ “ ଉଡ୍ର” ଚାରିଟେବୁଲ୍ ଟ୍ରଷ୍ଟର ସମସ୍ତ କର୍ମକର୍ତା ଓ Dzine Pixelର ମାଲିକ ଚିନ୍ମୟ ବାବୁ ଓ ତାଙ୍କର ସମସ୍ତ କର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe