ପଦ୍ମପୁର ଜିଲ୍ଲା ଦାବି ଆନ୍ଦୋଳନକୁ ବର୍ଷାଙ୍କ ସମର୍ଥନ 

Advertisment
ପଦ୍ମପୁର ଜିଲ୍ଲା ଦାବି ଆନ୍ଦୋଳନକୁ ବର୍ଷାଙ୍କ ସମର୍ଥନ 

ପଦ୍ମପୁର: ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିକୁ ସମର୍ଥନ ଜଣାଇଛନ୍ତି ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା। ସେ ଏହି ଦାବିକୁ ଅଗ୍ରାଧିକାର ଭିତ୍ତିରେ ଦାୟିତ୍ବ ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ତିନି ଦଶନ୍ଧି ଧରି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ଅଞ୍ଚଳବାସୀ ଦାବି କରି ଆସୁଥିଲେ।

ସଦ୍ୟ ସମାପ୍ତ ଉପନିର୍ବାଚନ ଜିଲ୍ଲା ଗଠନ ପାଇଁ ବାଟ ଖୋଲି ଦେଇଥିଲା। ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଶ୍ରୁତି ପରେ ଜିଲ୍ଲା ଗଠନ ନେଇ ଆଶାର ସଂଚାର ହୋଇଥିଲା। ବିଧାୟିକା ଶ୍ରୀମତୀ ବରିହା ଆନ୍ଦୋଳନସ୍ଥଳକୁ ଆସି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଓ ଧାରଣାରତ ପଦ୍ମପୁର ସାମ୍ବାଦିକ ସଂଘର ସଦସ୍ୟଙ୍କୁ ସାକ୍ଷାତ କରିଥିଲେ। ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ମାନ୍ୟତା ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe