ବିଧାୟକ ଦେବୀ ମିଶ୍ରଙ୍କୁ କରୋନା

Advertisment
ନବ ଦାସଙ୍କୁ ହତ୍ୟା ଘଟଣା: ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଦେବୀ ମିଶ୍ର

Telegraph India

କଟକ : ବଡ଼ମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କରୋନାରେ ସଂକ୍ରମିତ ହୋଇଛନ୍ତି। ‌ନିଜ ରିପୋର୍ଟ ପଜିଟିଭ୍‌ ଆସିଥିବା ସଂପର୍କରେ ବିଧାୟକ ଟୁଇଟ୍ କରିବା ସହ ‌ତାଙ୍କ ପରିବାରବର୍ଗ ଓ ଅନ୍ୟ କର୍ମଚାରୀମାନଙ୍କ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌ ଆସିଥିବା ଦର୍ଶାଇଛନ୍ତି। ଗତକାଲି ତାଙ୍କ ଡ୍ରାଇଭର କରୋନା ସଂକ୍ରମିତ ହେବାପରେ ବିଧାୟକ ଶ୍ରୀ ମିଶ୍ର ଆଇସୋଲେସନ୍‌ରେ ରହିଥିଲେ। ତାଙ୍କଠାରେ କୌଣସି ଲକ୍ଷଣ ନଥିଲେ ବି ମଧୁମେହ ରୋଗୀ ହୋଇଥିବାରୁ ଡାକ୍ତରଙ୍କ ପରାମର୍ଶରେ ସେ ହୋମ ଆଇସୋଲେସନ୍‌ରେ ରହିଥିଲେ। ସ୍ବାବ୍‌ ପରୀକ୍ଷା ପରେ ପଜିଟିଭ୍‌ ଥିବା ଜଣାପଡ଼ିଛନ୍ତି। ସେ ଏବେ ଜରୁରୀ କାମ ଟେଲିଫୋନ କନଫେରେନ୍ସ ଜରିଆରେ କରୁଛନ୍ତି। ବିଶେଷ ସମସ୍ୟା ନ ଥିଲେ କିଛିଦିନ ପାଇଁ ଯୋଗାଯୋଗ ନ କରିବାକୁ ସେ ଟୁଇଟ୍‌ରେ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ୍‌ ଯୋଗେ ବିଧାୟକ ଶ୍ରୀ ମିଶ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ତାଙ୍କର ଦ୍ରୁ୍ତ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe