Wikidata
ଭବାନୀପାଟଣା : ଗତ ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ବନ୍ଧପାରି ଗ୍ରାମରେ ମୋବାଇଲ୍ ଟାୱାର ସୁବିଧା କରିବେ ବୋଲି ଲାଞ୍ଜିଗଡ଼ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ଆଉ ଏକ ପଞ୍ଚାୟତ ନିର୍ବାଚନ ମୁଣ୍ଡ ଉପରେ। ଆଜି ପର୍ଯ୍ୟନ୍ତ ପ୍ରତିଶ୍ରୁତି ପୂରଣ କରିପାରିନଥିବାରୁ ବିଧାୟକ ପ୍ରଦୀପ ଦିଶାରୀ ବନ୍ଧପାରି ଗ୍ରାମରେ ହଟହଟା ହୋଇଛନ୍ତି।
ସୋମବାର ବିଧାୟକ ଆସୁଥିବା ଖବର ପାଇ ଗ୍ରାମବାସୀ ବାଉଁଶର ଏକ ମୋବାଇଲ୍ ଟାୱାର୍ ନିର୍ମାଣ କରିଥିଲେ। ଏହାର ଉଦ୍ଘାଟନ ପାଇଁ ବ୍ୟାନ୍ରରେ ବିଧାୟକଙ୍କ ନାମ ଲେଖି ଟାଙ୍ଗିଥିଲେ। ସେହି ରାସ୍ତାଦେଇ ଯିବା ସମୟରେ ବିଧାୟକଙ୍କ ଗାଡ଼ିକୁ ଅଟକାଇ ଟାୱାର ଉଦ୍ଘାଟନ କରିବାକୁ ଗ୍ରାମବାସୀ ଜିଦ୍ ଧରିଥିଲେ। ଅସଲି ଟାୱାର୍ ତ କରିପାରିଲନି, କେବଳ ମିଥ୍ୟା ପ୍ରତିଶ୍ରୁତି ଦେଲ ବୋଲି କହି ପ୍ରଶ୍ନବାଣରେ ବିଧାୟକକୁ ଘାଇଲା କରିଥିଲେ। ପରେ ବହୁ ବୁଝାସୁଝା କରି ଘଟଣା ସ୍ଥଳରୁ ହିନସ୍ତା ହୋଇ ବିଧାୟକ ଚାଲିଯାଇଥିଲେ। ମୋବାଇଲ୍ ଯୋଗାଯୋଗ ନଥିବାରୁ ଅଞ୍ଚଳର କୌଣସି ରୋଗୀ ଠିକ୍ ସମୟରେ ଆମ୍ବୁଲାନ୍ସଟିଏ ପାଇପାରୁନାହାନ୍ତି। ସେହିପରି ଶିକ୍ଷା ବ୍ୟବସ୍ଥା ମଧ୍ୟ ବାଧାପ୍ରାପ୍ତ ହୋଇଛି।
Follow Us