ବାଲେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଗୋଡ଼ ଭାଙ୍ଗିଯାଇଛି। ଗତକାଲି ସଂଧ୍ୟାରେ ସେ ନିଜ ନିର୍ବାଚନମଣ୍ଡଳୀ ମାର୍କୋଣାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ରାସ୍ତାରେ ଗୋଡ଼ ଖସିଯିବାରୁ ଆହତ ହୋଇଥିଲେ। ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପରେ ତାଙ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।
ଏହି ଖବର ପାଇବା ପରେ ଦଳୀୟ କର୍ମୀ, ସମର୍ଥକ ଓ ଶୁଭେଚ୍ଛୁମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
Follow Us