ବନ୍ୟାଞ୍ଚଳ ପରିଦର୍ଶନ କଲେ ଖଣ୍ଡପଡ଼ା ବିଧାୟକ

ବନ୍ୟାଞ୍ଚଳ ପରିଦର୍ଶନ କଲେ ଖଣ୍ଡପଡ଼ା ବିଧାୟକ

ଭାପୁର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍‌ରେ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ନିର୍ବାଚନ ମଣ୍ଡଳୀର ଭାପୁର ବ୍ଲକ୍ ଅନ୍ତର୍ଗତ ଫତେଗଡ଼ ପଞ୍ଚାୟତ ମଣିପୁର ଗାଁ ଚାରିଦିନ ହେଲା ପାଣି ଘେରରେ ରହିଛି। ବିଧାୟକ ଶ୍ରୀ ପଟ୍ଟନାୟକ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ବନ୍ୟାସ୍ଥିତିର ମୁକାବିଲା ପାଇଁ ସରକାର ସବୁବେଳେ ସଜାଗ ଅଛନ୍ତି ବୋଲି କହିଛନ୍ତି। ଏହାସହ କରବର ପଞ୍ଚାୟତର ଗୁଡ଼ପଡ଼ା, ମାଣିତର, କେନ୍ଦୁପଲୀ ପଞ୍ଚାୟତର ହନୁମନ୍ତପ୍ରସାଦ ଆଦି ଗ୍ରାମଗୁଡ଼ିକ ପରିଦର୍ଶନ କରିଛନ୍ତି। ମାଣିତିରି ପଞ୍ଚାୟତରେ ରନ୍ଧାଖାଦ୍ୟ କିପରି ଦିଆଯାଉଛି ତାହାକୁ ଅନୁଧ୍ୟାନ କରିଛନ୍ତି। ଲୋକଙ୍କ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ ସାମଗ୍ରୀ ମଧ୍ୟ ଯୋଗାଇଦେଇଥିବା ଅନୁଧ୍ୟାନ କରିଛନ୍ତି। ବିଧାୟକଙ୍କ ସହ ଖଣ୍ଡପଡ଼ା ବ୍ଲକ୍ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ବିଡିଓ ଜନ୍ମେଜୟ ସାହୁ ଓ ଅନ୍ୟାନ୍ୟ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଉପସ୍ଥିତ ଥିଲେ। ପରେ ବିଧାୟକ ଶ୍ରୀ ପଟ୍ଟନାୟକ ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ପଞ୍ଚାୟତ ପରିଦର୍ଶନ କରିଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe