ଭୁବନେଶ୍ୱର: ସିସୋର ଚିଟ୍ ଫଣ୍ଡ ଲିଙ୍କ ନେଇ କଟକ-ଚୌଦାର ବିଧାୟକ ପ୍ରଭାତ ବିଶ୍ୱାଲଙ୍କୁ ସୋମବାର ରାତିରେ ଗିରଫ ହେବା ପରେ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ଚିଟ୍ ଫଣ୍ଡ ଦୁର୍ନୀତି ମାମଲା ସହତ ଜଡ଼ିତ ଥିବା ବିଧାୟକ ଶ୍ରୀ ବିଶ୍ୱାଲଙ୍କୁ ସିବିଆଇ ଗିରଫ କରିଛି। ପ୍ରଭାତ ଗିରଫ ହେବା ପରେ ରାଜ୍ୟରେ ରାଜନୀତି ବୟାନବାଜି ଆରମ୍ଭ ହୋଇ ଯାଇଛି। ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ କହିଛନ୍ତି, ପ୍ରଭାତ ବିଶ୍ୱାଲଙ୍କ ଗିରଫଦାରି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଥିବା ବେଳେ, ବିଜେପି ଏପରି ଅଭିଯୋଗକୁ ଖଣ୍ଡନ କରିଛି। ବିଜେପି ପକ୍ଷରୁ କୁହାଯାଇଛି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ଚିଟ୍ଫଣ୍ଡ ମାମଲାର ତଦନ୍ତ କରୁଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us