ଆଜି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଶୁଣାଣି

Advertisment
‘୫-ଡି’ ଅବଦାନ ମଧ୍ୟ ରାଜ୍ୟ ସରକାରଙ୍କର: ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ଟାଟା ମୋଟର୍ସ ଠକେଇ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ଅଭିଯୁକ୍ତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆସନ୍ତାକାଲି(ସୋମବାର) ଜାମିନ ଆବେଦନର ଶୁଣାଣି ହେବ। ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଏହି ଜାମିନ୍‌ ଶୁଣାଣି କରାଯିବ। ପ୍ରଦୀପ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହେବେ ବୋଲି ଜଣାପଡ଼ିଛି। ସେହିପରି କ୍ରାଇମବ୍ରାଞ୍ଚ ପକ୍ଷରୁ ଆକାଶ ପାଠକଙ୍କର ରିମାଣ୍ଡ ଆବେଦନ ଉପରେ ମଧ୍ୟ ଏସଡିଜେଏମ୍ କୋର୍ଟରେ ଶୁଣାଣି କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ୩ ତାରିଖରେ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe