କରୋନା ମୁକାବିଲା ପାଇଁ ବର୍ଷକର ଏମଏଲଏ ଲାଡ୍ ପାଣ୍ଠିକୁ ଦାନ କଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

କରୋନା ମୁକାବିଲା ପାଇଁ ବର୍ଷକର ଏମଏଲଏ ଲାଡ୍ ପାଣ୍ଠିକୁ ଦାନ କଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

image source-times of india

ଯାଜପୁର : କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପାଣ୍ଠି ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଜରିଆରେ କୋଭିଡ୍‌-୧୯ ପାଣ୍ଠିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ୩ ମାସର ଦରମା ପ୍ରଦାନ କରିବା ପରେ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ସହାୟତା ପ୍ରଦାନ କରିବା ଆରମ୍ଭ କରିଛନ୍ତି। ଆଜି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ୨୦୨୦-୨୧ ଆର୍ଥିକ ବର୍ଷର ସମସ୍ତ ଏମଏଲଏ ଲାଡ୍ ପାଣ୍ଠିକୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିକୁ ଦାନ କରିଛନ୍ତି । ଏନେଇ ସେ ଟୁଇଟ୍ କରି ଜଣାଇଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ମନ୍ତ୍ରୀ ରଘୁନନ୍ଦନା ଦାସଙ୍କ ସମେତ ୧୬ ଜଣ ବିଧାୟକ ସେମାନଙ୍କର ୩ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରିଛନ୍ତି।
ରିଲିଫ୍‌ ପାଣ୍ଠିକୁ ଦରମା ପ୍ରଦାନ କରିଥିବା ବିଧାୟକ ଓ ବିଧାୟିକାମାନଙ୍କ ଭିତରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ କୁମାର ଜଗଦ୍ଦେବ, ସୁଶାନ୍ତ କୁମାର ରାଉତ, ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ଧ୍ରୁବ ଚରଣ ସାହୁ, ଭାଗିରଥୀ ସେଠୀ, ଶଶିଭୁଷଣ ବେହେରା, ପ୍ରଶାନ୍ତ ମୁଦୁଲି, ଶାରଦା ପ୍ରସାଦ ନାୟକ, ସୁବ୍ରତ ତରାଇ, ଭବାନୀ ଶଙ୍କର ଭୋଇ, ସଞ୍ଜୀବ କୁମାର ମଲ୍ଲିକ, ବିଧାୟିକା ସାବିତ୍ରୀ ଅଗ୍ରଓ୍ବାଲ୍‌ ଓ ଲତିକା ପ୍ରଧାନ ସାମିଲ ଅଛନ୍ତି।
କରୋନା ରୋଗର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଯେଭଳି ପଦକ୍ଷେପ ନେଇଛନ୍ତି, ତାକୁ ବାଚସ୍ପତି ଶ୍ରୀ ପାତ୍ର ପ୍ରଶଂସା କରିଛନ୍ତି। ଏହି ଦୁଃସମୟରେ ପ୍ରଭାବିତ ଲୋକମାନଙ୍କ ସହାୟତା ପାଇଁ ମନ୍ତ୍ରୀ ପରିଷଦର ସଦସ୍ୟ ଓ ସଦସ୍ୟାଙ୍କ ସମେତ ସବୁ ଦଳର ବିଧାୟକମାନଙ୍କୁ ସେମାନଙ୍କର ଦରମା ପ୍ରଦାନ କରିବାକୁ ସେ ଅନୁରୋଧ କରିଛନ୍ତି।
ଏଣେ କରୋନା ପାଇଁ ସାରା ରାଜ୍ୟରେ ତାଲା ବନ୍ଦ ଯୋଗୁଁ ଗରିବ, ଖଟିକିଆଙ୍କ ରୋଜଗାର ବନ୍ଦ ହେବା ନେଇ ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହାସହିତ ବିଧାନସଭାର ଜଣେ ପୂର୍ବତନ ସଦସ୍ୟଭାବେ ସେ ତାଙ୍କର ଗୋଟିଏ ମାସର ପେନ୍‌ସନ୍‌ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe