କଟକ : ତିର୍ତ୍ତୋଲ ବ୍ଲକ୍ର ସଦ୍ଭାବନା ଗୃହରେ ଭିନ୍ନକ୍ଷମ ସଚେତନତା ଶିବିରରେ ଯୋଗଦେବାକୁ ଯାଉଥିବା ବେଳେ ବିଧାୟିକା ଡା. ରାଜଶ୍ରୀ ମଲ୍ଲିକ ପଡ଼ିଯାଇ ଆହତ ହୋଇଛନ୍ତି। ତାଙ୍କ ହାତ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ଏସ୍ସିବି ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ବିଧାୟିକାଙ୍କ ଡାହାଣ ହାତ କହୁଣୀ ଖସିଯାଇଥିଲା ବେଳେ ଡାହାଣ ଆଣ୍ଠୁ ମାଡ଼ ହୋଇଯାଇଥିବା ଏକ୍ସ-ରେରୁ ଜଣାପଡ଼ିଛି। ଅର୍ଥୋପେଡିକ୍ ଡାକ୍ତରଙ୍କ ସହାୟତାରେ ତାଙ୍କ କହୁଣୀର ଚିକିତ୍ସା କରାଯିବା ସହ ବ୍ୟାଣ୍ଡେଜ୍ କରାଯାଇଛି। ବର୍ତ୍ତମାନ ତାଙ୍କୁ ଆଇସିସିୟୁରେ ୨୪ଘଣ୍ଟିଆ ନିରୀକ୍ଷଣରେ ରଖାଯିବା ପରେ ଆସନ୍ତାକାଲି ଘରକୁ ଛାଡ଼ିଦିଆଯିବ ବୋଲି ମେଡିକାଲ୍ ପକ୍ଷରୁ ସୂଚନ ମିଳିଛି। ତଥାପି ତାଙ୍କର ଚିକିତ୍ସା ପାଇଁ ଅର୍ଥୋପେଡିକ୍, ମେଡିସିନ୍, କାର୍ଡିଓଲୋଜି ଡାକ୍ତରଙ୍କୁ ନେଇ ଏକ ଡାକ୍ତରୀ ଦଳ ଗଠନ କରାଯାଇଥିବା ଜଣାଯାଇଛି। ଆସନ୍ତା ୨୧ ଦିନ ପର ତାଙ୍କର ବ୍ୟାଣ୍ଡେଜ୍ ଖୋଲାଯିବା ପରେ ପୁଣି ଥରେ ଏକ୍ସରେ କରାଯାଇ କହୁଣୀର ସ୍ଥିତି ପରଖାଯିବ ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ଶ୍ୟାମା କାନୁନ୍ଗୋ କହିଛନ୍ତି।
ବିଧାୟିକା ରାଜଶ୍ରୀ ମଲ୍ଲିକ ଆହତ, କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି
Advertisment
Follow Us