ଅଳ୍ପକେ ବର୍ତ୍ତିଲେ ପୂର୍ବ ବିଧାୟକ ରାଜେନ୍ଦ୍ର ଢୋଲକିଆ

Advertisment
ଅଳ୍ପକେ ବର୍ତ୍ତିଲେ ପୂର୍ବ ବିଧାୟକ ରାଜେନ୍ଦ୍ର ଢୋଲକିଆ

ନୂଆପଡ଼ା : ଗୁରୁବାର ରାତିରେ ଏକ ମଇଁଷିକୁ ଧକ୍କା ଦେଇ ନୂଆପଡ଼ାର ପୂର୍ବ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଶ୍ରୀ ଢୋଲକିଆ ସାମାନ୍ୟ ହୋଇଥିବା ବେଳେ ତାଙ୍କ ଗାଡ଼ିର ଚାଳକ ମହମ୍ମଦ ସଦାମ ଗୁରୁତର ଆହତ ହୋଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ପୂର୍ବ ବିଧାୟକ ଶ୍ରୀ ‌େଢାଲକିଆ ତାଙ୍କ କାର୍‌‌ (ଓଡି ୨୬ ବି ୫୩୬୩)ରେ ଖଡ଼ିଆଳ ରୋଡ୍‌ ଅଭିମୁଖେ ଯାଉଥିଲେ। ଏନ୍‌ଏଚ୍‌ ନଂ ୩୫୩ର ନୂଆପଡ଼ା ସଦର ଥାନା ସିଲଦାର ଗାଁଠାରେ ୨ଟି ମଇଁଷି ତାଙ୍କ କାର୍‌ ସହ ଧକ୍କା ହୋଇ ପୁଣି ଏକ ହାଇୱା (ସିଜି ୦୪ ଜେବି ୦୬୦୪)କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ମଇଁଷି ଦୁଇଟିର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଗାଡ଼ିର ସମ୍ମୁଖ ଭାଗ ଚୂର୍‌ମାର୍ ହୋଇଯାଇଛି। ଶ୍ରୀ ‌େଢାଲକିଆଙ୍କ ଗାଡ଼ି ଚାଳକ ମହମ୍ମଦ ସଦାମ ଗୁରୁତର ଆହତ ହୋଇଥିଲେ। ଖବର ପାଇ ପୁଲିସ ଓ ଦଳକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ପରେ ସଦାମଙ୍କୁ ଅଧିକ ଚିକିତ୍ସା ପାଇଁ ଛତିଶଗଡ଼ର ମହାସମୁଦକୁ ସ୍ଥାନାନ୍ତର କରାଯାଇଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe