Odisha Sun Times
ବ୍ରହ୍ମପୁର : ପୌର ଓ ୨୦୨୨ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଗଞ୍ଜାମରେ ସବୁ ଦଳ ପକ୍ଷରୁ ଏବେ ଠାରୁ ପାଗଭିଡ଼ା ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲା କ˚ଗ୍ରେସ ପକ୍ଷରୁ ଘର ସଜଡ଼ା ଚାଲିଥିବାବେଳେ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲା କ˚ଗ୍ରେସ କାର୍ଯ୍ୟାଳୟ ବ୍ରହ୍ମପୁର ସହରରେ ରହିଛି। ବ୍ରହ୍ମପୁର ସହରରେ ପ୍ରବେଶ ନେଇ କୋର୍ଟଙ୍କ ଅଙ୍କୁଶ ଯୋଗୁଁ ଜିଲ୍ଲା କ˚ଗ୍ରେସ ସଭାପତି ଥିବା ବିଧାୟକ ରମେଶ ଜେନା ଜିଲ୍ଲା କାର୍ଯ୍ୟାଳୟକୁ ଆସିପାରୁନାହାନ୍ତି। ସହର ବାହାରେ କେତେବେଳେ କେଉଁଠି ସଭା ସମିତି କରି ଜିଲ୍ଲା ସଭାପତି ସଂଗଠନ ପରିଚାଳନା କରୁଛନ୍ତି। ଶୁକ୍ରବାର କଂଗ୍ରେସ ପ୍ରଭାରୀ ଡକ୍ଟର ଚେଲ୍ଲା କୁମାରଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାଙ୍କ ଗସ୍ତ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ରମେଶ ଅଦାଲତଙ୍କ ଠାରୁ ଅନୁମତି ନେଇଥିବା ଜଣାପଡ଼ିଛି।
ଶ୍ରୀ ଜେନା ଜିଲ୍ଲା ସଭାପତି ହେବା ପରେ ପ୍ରତି ନିର୍ବାଚନମଣ୍ତଳୀ ସ୍ତରରେ ସାଗ˚ଠନିକ ବୈଠକ କରି ସେ ଦଳୀୟ ସ˚ଗଠନ ସଜାଡ଼ିବା ଆରମ୍ଭ କରିଛନ୍ତି। ତେବେ ଘରେ ନ ପଶୁଣୁ ଚାଳ ବାଜିବା ନ୍ୟାୟରେ ଜିଲ୍ଲା ସଭାପତି ଏଥିରେ ପୁରୁଖା ଓ ଦଳ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଅଣଦେଖା କରି ନବାଗତ ଓ ତାଙ୍କ ନିକଟତର ଲୋକଙ୍କୁ ପ୍ରଧାନ୍ୟ ଦେଉଥିବା ଅଭିଯୋଗ ହେଉଛି। ଗତ କିଛିଦିନ ଗୋପାଳପୁରଠାରେ ଅନୁଷ୍ଠିତ କଂଗ୍ରେସର ସା˚ଗଠନିକ ବୈଠକରେ ପୂର୍ବତନ ଜିଲ୍ଲା ସଭାପତି ତଥା ପ୍ରାକ୍ତନ ବିଧାୟକ ତ୍ରିନାଥ ବେହେରାଙ୍କୁ ଦେଖିବାକୁ ମିଳି ନ ଥିଲା। ସେହିପରି କ˚ଗ୍ରେସ ପକ୍ଷରୁ ଭଞ୍ଜନଗର ନିର୍ବାଚନମଣ୍ତଳୀର ଭଞ୍ଜନଗର ଏବ˚ ସୋରଡ଼ା ନିର୍ବାଚନମଣ୍ତଳୀର ବଡ଼ଗଡ଼ ଓ ବେଲଗୁଣ୍ଠା ନିକଟ ଉଡ଼୍ରାରେ ସା˚ଗଠନିକ ବୈଠକ ହୋଇଥିଲା। ଏହି ବୈଠକରେ ଭଞ୍ଜନଗର ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ସଞ୍ଜୟ ତ୍ରିପାଠୀ ଏବ˚ ସୋରଡ଼ା ନିର୍ବାଚନମଣ୍ତଳୀର ବିଧାୟକ ପ୍ରାର୍ଥୀ ସ˚ଗ୍ରାମ କେଶରୀ ମହାନ୍ତିଙ୍କ ଦେଖା ନ ଥିଲା। ବିଧାୟକ ପ୍ରାର୍ଥୀଙ୍କୁ ଅଣଦେଖା କରି ନିଜ ଅନୁଗତଙ୍କୁ ଜିଲ୍ଲା ସଭାପତି ବ୍ଲକ୍ ଓ ଏନ୍ଏସି କର୍ମକର୍ତ୍ତା ନିଯୁକ୍ତ କରୁଥିବା ଉଭୟ ନେତା ଅଭିଯୋଗ କରିଛନ୍ତି। ସେହିପରି ଆସିକା ସା˚ଗଠନିକ ବୈଠକରେ ବହୁ ପୁରୁଖା ନେତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ପୁରୁଣା କର୍ମୀଙ୍କୁ ଅଣଦେଖା କରି ଜିଲ୍ଲା ସଭାପତି ନିଜ ପାଖ ଲୋକଙ୍କୁ ସୁଯୋଗ ଦେଉଥିବା ଆସିକା ସ˚ସଦୀୟ କ୍ଷେତ୍ରର ପ୍ରାକ୍ତନ ଯୁବ କ˚ଗ୍ରେସ ସଭାପତି ତଥା କାଳଷଣ୍ଢପୁର ସମିତି ସଭ୍ୟ ଅନୀଲ କୁମାର ପରିଡ଼ା ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ବ୍ରହ୍ମପୁର ସ˚ସଦୀୟ କ୍ଷେତ୍ରର ଗୋପାଳପୁର,ଛତ୍ରପୁର ଓ ଦିଗପହଣ୍ତିରେ ସାଂଗଠନିକ ବୈଠକ ହୋଇଥିଲା। ଉକ୍ତ ବୈଠକରେ ବ୍ରହ୍ମପୁର ଲୋକସଭା ଆସନର ସା˚ସଦ ପ୍ରାର୍ଥୀ ଭି.ଚନ୍ଦ୍ରଶେଖର ନାଇଡ଼ୁଙ୍କୁ ଦେଖିବାକୁ ମିଳି ନ ଥିଲା। ବ୍ରହ୍ମପୁର ସ˚ସଦୀୟ କ୍ଷେତ୍ରରେ କ˚ଗ୍ରେସର ସମାନ୍ତରାଳ ରାଜନୀତି ଚାଲିଥିବା କୁହାଯାଉଛି।
Follow Us