ବିଧାୟିକା ରୀତା ସାହୁ ଶପଥ ନେଲେ

Advertisment
ବିଧାୟିକା ରୀତା ସାହୁ ଶପଥ ନେଲେ

ଭୁବନେଶ୍ୱର: ଆଜି ବିଜେପୁର ନିର୍ବାଚନମଣ୍ଡଳୀରୁ ନବନିର୍ବାଚିତ ବିଧାୟିକା ରୀତା ସାହୁ ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ପ୍ରଦୀପ କୁମାର ଅମାତ ତାଙ୍କ ବିଧାନସଭା ପ୍ରକୋଷ୍ଠରେ ବିଧାୟିକା ରୀତା ସାହୁଙ୍କୁ ପଦ ଗୋପନୀୟତାର ଶପଥପାଠ କରାଇଥିଲେ। ଶପଥ ଗ୍ରହଣ କରିବା ପରେ ବିଜେପୁରର ସର୍ବାଙ୍ଗୀନ ବିକାଶ ପାଇଁ ସେ ତାଙ୍କ ଉଦ୍ୟମ ଜାରି ରଖିବେ ବୋଲି କହିଥିଲେ। ଶପଥ ଗ୍ରହଣ ସମୟରେ ଜଳସଂପଦ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଗ୍ରାମ୍ୟ ଉନ୍ନୟନ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ସରକାରୀ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ବିଧାୟକ ଦେବୀପ୍ରସାଦ ମିଶ୍ର, ଡ. ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସ, ଦେବେଶ ଆଚାର୍ଯ୍ୟ, ଡା. ରାସେଶ୍ୱରୀ ପାଣିଗ୍ରାହୀ, ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe