ବିଧାୟକ ଦଳ ବୈଠକ: କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରିବ ବିଜେଡି

Advertisment
ବିଧାୟକ ଦଳ ବୈଠକ: କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରିବ ବିଜେଡି

ଭୁବନେଶ୍ବର: ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଗୃହରେ ଉଠାଇବାକୁ ସ୍ଥିର ହୋଇଥିଲା। ବି‌ଶେଷ କରି ରେଳବାଇ, ପ୍ରଧାମନ୍ତ୍ରୀ ଶସ୍ୟବୀମା ଯୋଜନାକୁ ବିଜେଡି ପ୍ରାଥମିକତା ଦେବ। ଏମ୍‌ଏସ୍‌ପି ବୃଦ୍ଧି ପାଇଁ ବାରମ୍ବାର ଦାବି ସତ୍ତ୍ବେ କେନ୍ଦ୍ର ସରକାର ଶୁଣୁ ନଥିବାରୁ ଗୃହରେ ବିଜେଡି ତାହାର ପ୍ରତିବାଦ କରିବ। ଗୃହରେ ସଦସ୍ୟମାନେ ଉପସ୍ଥିତ ରହିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ବୈଠକ ପରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ ଯେ ବିରୋଧୀ ଦଳ ଯେ କୌଣସି ପ୍ରସଙ୍ଗ ଉଠାଇବ, ସେ ସମ୍ପର୍କରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଏହା ସହ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ମଧ୍ୟ ଗୃହରେ ଆଲୋଚନା ପାଇଁ ଉଠାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe