ଶ୍ରମ ବିଭାଗ କାର୍ଯ୍ୟକୁ ନେଇ ବିଗିଡ଼ିଲେ ବିଧାୟକ: ୫ବର୍ଷର ସହାୟତା ହିସାବ ମାଗିଲେ

ଏଠି ବଞ୍ଚିବା ଲୋକଙ୍କୁ ମାରି ଦିଆଯାଉଛି। ହିତାଧିକାରୀଙ୍କ ଅଜାଣତରେ ସହାୟତା ରାଶି ହଡ଼ପ ହେଉଛି। ମାସ ମାସ ଧରି ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ସରକାରୀ ସହାୟତା। ବିଗତ ପାଞ୍ଚ ବର୍ଷରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ମୃତ୍ୟୁକାଳୀନ ସହାୟତା, ବିବାହ ସହାୟତା...

ddgdadgda

ନବରଙ୍ଗପୁର: ଏଠି ବଞ୍ଚିବା ଲୋକଙ୍କୁ ମାରି ଦିଆଯାଉଛି। ହିତାଧିକାରୀଙ୍କ ଅଜାଣତରେ ସହାୟତା ରାଶି ହଡ଼ପ ହେଉଛି। ମାସ ମାସ ଧରି ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ସରକାରୀ ସହାୟତା। ବିଗତ ପାଞ୍ଚ ବର୍ଷରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ମୃତ୍ୟୁକାଳୀନ ସହାୟତା, ବିବାହ ସହାୟତା, ଶିକ୍ଷା ବାବଦ ସହାୟତାର ତାଲିକା ସମ୍ପୂର୍ଣ୍ଣ ଠିକଣା ସହିତ ଦିଅ। ଶ୍ରମ ବିଭାଗରେ ଚାଲିଥିବା ଦଲାଲ୍‌ଗିରିକୁ ନେଇ ଅଧିକାରୀଙ୍କ ଉପରେ ଏପରି ବର୍ଷିଛନ୍ତି ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝି। ଠିଆ କରି ସମସ୍ତ ଅଧିକାରୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟ୍ୟୁସନ୍‌ କରିଛନ୍ତି। ନବରଙ୍ଗପୁର ସହର ମଣ୍ଡଳ ଶ୍ରମ ଆଯୁକ୍ତଙ୍କ କାର୍ଯ୍ୟାଳୟ ଦେଇ ଯାଉଥିବା ବେଳେ ଲୋକଙ୍କ ଭିଡ଼ ଦେଖି ସମସ୍ୟା ବୁଝିବା ପାଇଁ ଭିତରକୁ ପଶିଥିଲେ ବିଧାୟକ ଶ୍ରୀ ମାଝି l 

୫ବର୍ଷର ସହାୟତା ହିସାବ ମାଗିଲେ
ଠିଆ କରି କର୍ମଚାରୀଙ୍କୁ କଲେ ଟ୍ୟୁସନ୍‌

ଆଲୋଚନା ପରେ ଦୀର୍ଘ ଦିନ ଧରି ନିଜର ଅଭିଯୋଗ ନେଇ ଅନେକ ଥର କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହେଉଥିଲେ ମଧ୍ୟ ସମାଧାନ ହେଉନଥିବା ଲୋକେ  ଅଭିଯୋଗ କରିଥିଲେ। କିଛି ହିତାଧିକାରୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ବିଧାୟକ। ଲାଞ୍ଚ ପାଇଁ ଜାଣିଶୁଣି ସମସ୍ୟା ସମାଧାନ ଦିଗରେ ବିଳମ୍ବ କରାଯାଉଥିବା ଲୋକେ ଅଭିଯୋଗ କରିଥିଲେ। ଦଲାଲଙ୍କ ବିନା ଏହି କାର୍ଯ୍ୟାଳୟରେ କୌଣସି କାମ ହେଉନଥିବା ବିଧାୟକ ଅବଗତ ହେବା ପରେ ଶ୍ରମ ଆୟୁକ୍ତ କୁବେର ବେହେରାଙ୍କୁ ଡକାଇଥ‌ିଲେ। ପାଖାପାଖି ୧ ଘଣ୍ଟା ଧରି ସମସ୍ତ କର୍ମଚାରୀଙ୍କୁ ଠିଆ କରି ଟ୍ୟୁସନ୍‌ କରିଥିଲେ। ଶ୍ରମ ବିଭାଗରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବାରୁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଡାକି ତାଗିଦ୍‌ କରିଥିଲେ। ବିଧାୟକଙ୍କ ତାଗିଦ୍‌ ପରେ ଲୋକଙ୍କ କାମ ଠିକ୍‌ ସମୟରେ ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଶ୍ରମ ଆୟୁକ୍ତ ଶ୍ରୀ ବେହେରା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe