ବିଧାୟକ ବିଜୟଶଙ୍କର, ଜିଲ୍ଲା ପରିଷଦ ସଭାପତି ମନୋଜ ଭୋଇ ଦଳରେ କୋଣଠେସା!

Advertisment

ଦଳିତ ବିକାଶ ପରିଷଦର ଟୁଇଟ୍; ଦଳିତ ନେତା ବୋଲି କରାଯାଉଛି ଅପମାନ

ଦଳିତ ବିକାଶ ପରିଷଦର ଟୁଇଟ୍; ଦଳିତ ନେତା ବୋଲି କରାଯାଉଛି ଅପମାନ

ବିଧାୟକ ବିଜୟଶଙ୍କର, ଜିଲ୍ଲା ପରିଷଦ ସଭାପତି ମନୋଜ ଭୋଇ ଦଳରେ କୋଣଠେସା!

ଜଗତସିଂହପୁର: ଜଗତସିଂହପୁରରେ ଆୟୋଜିତ ଜିଲ୍ଲାସ୍ତରୀୟ ମହିଳା ସମାବେଶରେ ତିର୍ତ୍ତୋଲର ଦୁଇ ଦଳିତ ନେତା ବିଧାୟକ ବିଜୟ ଶଙ୍କର ଦାସ ଓ ଜିଲ୍ଲା ପରିଷଦ ସଭାପତି ମନୋଜ ଭୋଇଙ୍କୁ ଅସମ୍ମାନ କରାଯାଇଛି ବୋଲି ଜିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ଟୁଇଟ୍ କରି ଏ ସଂପର୍କରେ ଜଗତସିଂହପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅରୁଣ ସାହୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିଯୋଗ କରାଯାଇଛି। ସମସ୍ତ ନେତା ମଂଚର ଗୋଟିଏ ଜାଗାରେ ବସିଛନ୍ତି। ମାତ୍ର ଏହି ଦୁଇ ନେତାଙ୍କୁ ମଂଚ ପାର୍ଶ୍ବରେ ଚୌକି ଦିଆଯାଇ ବସା ଯାଇଛି। ଏହି ଦୁଇ ନେତା ଦଳିତ ବର୍ଗର ହୋଇଥିବାରୁ ତାଙ୍କ ପ୍ରତି ଏଭଳି ଆଚରଣ କରାଯାଉଛି। ଏହି ଘଟଣା ସମସ୍ତ ଦଳିତଙ୍କ ପାଇଁ ଅପମାନ ବୋଲି ଉକ୍ତ ଟୁଇଟ୍‌ରେ ଉଲ୍ଲେଖ କରାଯାଇଛି।

ପରିଷଦ ପକ୍ଷରୁ ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ଅରୁଣ ସାହଙ୍କୁ ମଧ୍ୟ ଟାର୍ଗେଟ୍‌ କରାଯାଇଛି। ସେ କେମିତି ଏହି ଘଟଣାକୁ ପ୍ରଶ୍ରୟ ଦେଲେ ବୋଲି ପରିଷଦ ପ୍ରଶ୍ନ ଉଠାଇଛି। ଏହି ମଂଚରେ ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କ ସମେତ ରାଜ୍ୟ ମହିଳା ସଭାପତ ସ୍ନେହାଙ୍ଗିନୀ ଛୁରିଆ, ସାଂସଦ ଡା. ରାଜଶ୍ରୀ ମଲ୍ଲିକ ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଅନ୍ୟ ବିଧାୟକମାନେ ଗୋଟିଏ ଜାଗାରେ ଥିବାବେଳେ ବିଜୟ ଶଙ୍କର ଓ ମନୋଜଙ୍କୁ କେଉଁ କାରଣ ପାଇଁ ଗୋଟିଏ ପାର୍ଶ୍ବରେ ବସାଗଲା, ତାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି।

ପୂର୍ବରୁ ଏହି ସମାବେଶ ପାଇଁ ତିେର୍ତ୍ତାଲ ବ୍ଲକରେ ଆୟୋଜିତ ପ୍ରସ୍ତୁତି ବୈଠକରେ ବିଜୟ ଶଙ୍କରଙ୍କୁ ଡକାଯାଇ ନଥିଲା। ଗତକାଲି ଯୁବ କାର୍ଯ୍ୟକାରିଣୀ ବୈଠକ ସମ୍ପର୍କରେ ମଧ୍ୟ ବିଧାୟକ ବିଜୟଶଙ୍କରଙ୍କୁ ସୂଚନା ଦିଆଯାଇ ନଥିଲା। ଏଭଳି ଗୋଟିଏ ପରେ ଗୋଟିଏ ଘଟଣା ଜଗତସିଂହପୁର ବିଜେଡି ରାଜନୀତିକୁ ସରଗରମ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe