MLAs as Kaudiya to perform jalabhiseka Photograph: (sambad.in)
ନବରଙ୍ଗପୁର: ଶ୍ରାବଣ ମାସର ଶେଷ ସୋମବାରରେ ଜିଲ୍ଲାର ସମସ୍ତ ପ୍ରମୁଖ ଶୌବପୀଠରେ ଶ୍ରଦ୍ଧାଳୁ ଜଳଲାଗି କରୁଥିବାର ଦେଖିବାକୁ ମିଳିଥିଲା। ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ସୋମବାର କାଉଡିଆ ସାଜିଥିଲେ। ଶିବଙ୍କ ମସ୍ତକରେ ଜଳାଭିଷେକ ନିମନ୍ତେ ସ୍ଥାନୀୟ ଇନ୍ଦ୍ରାବତୀ ନଦୀ ନୂଆ ବ୍ରିଜ୍ ଠାରେ ସେ ପୂଜାଅର୍ଚ୍ଚନା କରିଥିଲେ।
ଇନ୍ଦ୍ରାବତୀର ଜଳ ନେଇ ରଙ୍ଗମାଟିଗୁଡା କାଶୀ ବିଶ୍ୱନାଥ ପର୍ଯ୍ୟନ୍ତ ଯାଇଥିଲେ। ତାଙ୍କ ସହ ଶତାଧିକ ମହିଳା, ପୁରୁଷ ଓ ଛୋଟ ଛୋଟପିଲା କାଉଡିଆ ସାଜି ଜଳ ଧରି ଜଳାଭିଷେକ କରିଥିଲେ।
ଅଧିକ ପଢ଼ନ୍ତୁ: ତ୍ରିକୋଣୀୟ ପ୍ରେମକୁ ନେଇ ଯୁବତୀଙ୍କ ତଣ୍ଟି ଚିପି ହତ୍ୟା: ପ୍ରେମିକ ଗିରଫ, ସିନ୍ ରିକ୍ରିଏସନ୍ କଲା ପୁଲିସ
ସେହିପରି ମୁଖ୍ୟରାସ୍ତାରେ ଥିବା ଓଁକାରଶ୍ବେର ପୀଠରେ ବି ଶତାଧିକ କାଉଡିଆ ଇନ୍ଦ୍ରାବତୀର ପାଣି ଆଣି ପୀଠରେ ଜଳାଭିଷେକ କରିଥିଲେ। ଉଭୟ ମନ୍ଦିରରେ ମାଗଣାରେ ଅନ୍ନ ପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଥିଲା। ସେହିପରି ନବରଙ୍ଗପୁର ସହର ପୁରୁଣା ମନ୍ଦିର ନୀଳକଣ୍ଠେଶ୍ବର, ଅଖଣ୍ଡଳମଣି, କନକପରମେଶ୍ବରୀ ଆଦି ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଥିଲା।
ପାପଡାହାଣ୍ଡିର ନୀଳକଣ୍ଠେଶ୍ବର, ଝରିଗାଁର ଘୁମରେଶ୍ବର, କେଲିଆର ବାବା ଝାଡେଶ୍ବର, ଭତରାସିଉନୀ, ମଣ୍ଡାଡଙ୍ଗରୀ, ସିନ୍ଦିଗାଁ ଆଦି ଶୈବ ପୀଠରେ ଶ୍ରଦ୍ଧଳୁଙ୍କ ଭିଡ ଦେଖିବାକୁ ମିଳିଥିଲା।
ଅଧିକ ପଢ଼ନ୍ତୁ:ଏହି ୮ ବନ୍ଦେ ଭାରତ ଟ୍ରେନରେ ୧୫ ମିନିଟ ଆଗରୁ ବି କରିହେବ ଟିକେଟ
Nabarangpur
Follow Us