ଭୁବନେଶ୍ବର : ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ସମେତ ବିଧାୟକମାନଙ୍କ ପାଇଁ କୋଭିଡ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଆରଟିପିସିଆର୍ ପରୀକ୍ଷା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ ୫ ଜଣ ମନ୍ତ୍ରୀ ଓ ବିଧାୟକଙ୍କର ନମୁନା ସଂଗ୍ରହ ହୋଇଥିଲା। ସନ୍ଧ୍ୟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ବାଚସ୍ପତି ଶ୍ରୀ ପାତ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟିକା ସୁନନ୍ଦା ଦାସ ଓ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି। ଏମାନଙ୍କ ସହିତ ୫୪୪ ଜଣ ବିଧାନସଭା ଅଧିକାରୀ, କର୍ମଚାରୀ, ସୁରକ୍ଷା ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ନମୁନା ସଂଗ୍ରହ ହୋଇଛି। ଆସନ୍ତାକାଲି ଏମାନଙ୍କ ରିପୋର୍ଟ ଆସିବ। ବାକିଥିବା ବିଧାୟକ, ଗଣମାଧ୍ୟମ ପ୍ରତିନିଧି ଓ ଅଧିକାରୀମାନଙ୍କର କୋଭିଡ୍ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିବାକୁ ଆଉ ଦୁଇଦିନ ଅବଧି ଧାର୍ଯ୍ୟ କରାଯାଇଛି। ଯେଉଁମାନଙ୍କର କୋଭିଡ୍ ନେଗେଟିଭ୍ ରିପୋର୍ଟ ଆସିବ, ସେମାନଙ୍କୁ ବିଧାନସଭା ପରିସରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ବୋଲି ବାଚସ୍ପତି ନିର୍ଦ୍ଦେଶନାମା ଜାରି କରିଛନ୍ତି।
ବିଧାୟକମାନଙ୍କର କୋଭିଡ୍ ପରୀକ୍ଷା ଆରମ୍ଭ, ପ୍ରଥମେ ଦିନରେ ୫୪୯ ନମୁନା ସଂଗ୍ରହ
Advertisment
Follow Us