MLA's greatness: He rescued a young woman who had an accident and sent her to the hospital Photograph: (sambad.in)
ହାଟଡିହି: ଦୁର୍ଘଟଣାଗ୍ରସ୍ତ ଜଣେ ଯୁବତୀଙ୍କୁ ଉଦ୍ଧାର କରି ବିଧାୟକ ଡାକ୍ତରଖାନାକୁ ପଠାଇଛନ୍ତି। ଏହା ବିଧାୟକଙ୍କ ମହାନତାକୁ ଦର୍ଶାଇଛି। ଏପରି ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଅଣା ସମଣା ରାସ୍ତାର ଡଙ୍କୁରୀ ନିକଟରେ।
ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଆନନ୍ଦପୁରରେ ଏକ ବୈଠକରେ ଯୋଗଦେବାକୁ ଯାଉଥିବା ସମୟରେ ଡଙ୍କୁରୀ ନିକଟରେ ରାସ୍ତାରେ ଯାଉଥିବା ଜଣେ ଯୁବତୀକୁ ଏକ ହାଇୱା ଧକ୍କା ଦେଇଥିଲା।
ରାସ୍ତାରେ ଗୁରୁତର ଅବସ୍ଥାରେ ପଡ଼ିଥିବା ଯୁବତୀ ଜଣକ ଯନ୍ତ୍ରଣାରେ ଚିତ୍କାର କରୁଥିବା ବେଳେ ବିଧାୟକ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ନନ୍ଦିପଦା ପୁଲିସକୁ ଡ଼ାକିଥିଲେ। ନନ୍ଦିପଦା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଥାନା ଗାଡିରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ।
ସୂଚନାଯୋଗ୍ୟ, ଏହି ରାସ୍ତାରେ ଶହ ଶହ ବାଲି ବୋଝେଇ ଭାରିଯାନ ଚଳାଚଳ କରୁଥିବାରୁ ଏପରି ଦୁର୍ଘଟଣା ଘଟୁଛି ଓ ଦିନ ବେଳା ଏହି ରାସ୍ତାରେ ବାଲି ପରିବହନ ବନ୍ଦ କରିବାକୁ ବିଧାୟକ ଦାବି କରିଛନ୍ତି। ଏନେଇ ସେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ସହ କଥା ହେବେ ବୋଲି କହିଛନ୍ତି।
Keonjhar | Accident
Follow Us