ରାଉରକେଲା: କୋର୍ଟ ନିର୍ଦ୍ଦେଶରେ ଗୁରୁଦ୍ୱାରା ନିକଟ ଏକ ହୋଟେଲ୍ ଭଙ୍ଗାକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା। ବିଧାୟକ ସାରଦା ପ୍ରସାଦ ନାୟକ ଓ ତାଙ୍କ ସମର୍ଥକ ଏହାକୁ ବିରୋଧ କରିଥିଲେ। ବିଧାୟକ ଶ୍ରୀ ନାୟକ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ଜେସିବି ଉପରକୁ ଚଢ଼ିବା ସହ ହୋଟେଲ୍ ଆଗରେ ବସି ରହିଥିଲେ। ପ୍ରାୟ ଘଣ୍ଟାଏ ଧରି ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ସହ ଯୁକ୍ତିତର୍କ ହୋଇଥିଲା। ପୁଲିସ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଶେଷରେ ଉପଜିଲ୍ଲାପାଳ, ତହସିଲଦାର ଓ ଅନ୍ୟ ପ୍ରାଶାସନିକ ଅଧିକାରୀ ଫେରି ଯାଇଥିଲେ। ଉପଜିଲ୍ଲାପାଳ ବିଜୟ ନାୟକ କହିଛନ୍ତି, କୋର୍ଟ ନିର୍ଦ୍ଦେଶରେ ଉଚ୍ଛେଦ କରାଯାଉଛି। ଆଜି ନ ହେଲେ ଅନ୍ୟଦିନ ଉଚ୍ଛେଦ ହେବ।
Powerlifting Championship: ଖୋର୍ଦ୍ଧା ଦଳଗତ ବିଜେତା; ପ୍ରତିଷ୍ଠା, ସୋମେନ ଶ୍ରେଷ୍ଠ
ଅପରପକ୍ଷରେ ରାଜନୈତିକ ଆକ୍ରୋଶ ରଖି ଟାର୍ଗେଟ୍ କରାଯାଇଛି ବୋଲି ବିଧାୟକଙ୍କ ସମର୍ଥକ କହିଛନ୍ତି। ଆଜି ରାଉରକେଲା ତହସିଲଦାର ସଲମା ମିଞ୍ଜ, ସହକାରୀ ତହସିଲଦାର ସୁଦେଶା ପଟେଲ, ମାଜିଷ୍ଟ୍ରେଟ୍ ରେଗନ ନାୟକ ପୁଲିସ ଫୋର୍ସ ସହିତ ଏହି ହୋଟେଲ୍ ସହ ଅନ୍ୟ ୫ଟି ଘର ଭାଙ୍ଗିବା ପାଇଁ ପହଞ୍ଚିଥିଲେ। ଖବର ପାଇ ବିଧାୟକ ଓ ତାଙ୍କ ସମର୍ଥକ ପହଞ୍ଚି ତାଲା ଭାଙ୍ଗୁଥିବା ଅଧିକାରୀଙ୍କୁ ବିରୋଧ କରିଥିଲେ। ସେମାନଙ୍କ ଯୁକ୍ତି ହେଲା, ଏହି ଅଞ୍ଚଳରେ ଶହଶହ ଦୋକାନ ଓ ଘର ସରକାରୀ ଜମିରେ ନିର୍ମିତ। ପ୍ରଶାସନ କେବଳ ହୋଟେଲ ‘ଉତ୍ସବ’କୁ କାହିଁକି ଟାର୍ଗେଟ୍ କରୁଛି? ଉପଜିଲ୍ଲାପାଳ ବିଜୟ ନାୟକ ଘଟଣାସ୍ଥଳରେ ପହଞ୍ଚି କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାରେ ସାହାଯ୍ୟ ପାଇଁ ନିବେଦନ କରି କହିଥିଲେ। ବିଧାୟକ କହିଥିଲେ ମୋତେ ଗିରଫ କର। କୌଣସି ଭଙ୍ଗାଭଙ୍ଗି କରାଯାଇପାରିବ ନାହିଁ।
NH: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ୬ ଲେନ୍ କରିବା ନେଇ ହେବ ସର୍ଭେ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/10/fshfshhfbxvb-2026-02-10-01-02-59.jpg)