ରାଜ୍ୟର ପ୍ରଥମ ମେଡିକାଲ କଲେଜ ଭାବେ ଏସ୍‌ସିବିରେ ହେବ ଏମ୍‌ଏନ୍‌ସିୟୁ: ରହିବ ‌୨୦ ଶଯ୍ୟା, ମା’ ସହିତ ଚିକିତ୍ସା ପାଇବେ ଶିଶୁ

ମା’ ପାଖରେ ଶିଶୁର ଚିକିତ୍ସା କରାଗଲେ ଶିଶୁ ଶୀଘ୍ର ସୁସ୍ଥ ହେଉଛି। କିନ୍ତୁ ଶିଶୁକୁ ଏକୁଟିଆ ‘ନିଓନାଟାଲ୍‌ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌(ନିକୁ) ବେଡ୍‌ରେ ଚିକିତ୍ସା କରାଯିବା ବେଳେ ଅନେକ କ୍ଷେତ୍ରରେ ଶିଶୁର ସୁସ୍ଥତା ହାର ହ୍ରାସ ପାଉଛି।

Woman inmate runs away from SCB Medical Center after kicking jail guard

Woman inmate runs away from SCB Medical Center after kicking jail guard

କଟକ: ମା’ ପାଖରେ ଶିଶୁର ଚିକିତ୍ସା କରାଗଲେ ଶିଶୁ ଶୀଘ୍ର ସୁସ୍ଥ ହେଉଛି। କିନ୍ତୁ ଶିଶୁକୁ ଏକୁଟିଆ ‘ନିଓନାଟାଲ୍‌ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌(ନିକୁ) ବେଡ୍‌ରେ ଚିକିତ୍ସା କରାଯିବା ବେଳେ ଅନେକ କ୍ଷେତ୍ରରେ ଶିଶୁର ସୁସ୍ଥତା ହାର ହ୍ରାସ ପାଉଛି। ଏହାକୁ ଦୃଷ୍ଟିରେ ରଖି ଏସ୍‌ସିବି ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଖୋଲାଯିବ ୨୦ ଶଯ୍ୟା ବିଶିଷ୍ଟ ମଦର ଆଣ୍ଡ ନ୍ୟୁବର୍ଣ୍ଣ କେୟାର ୟୁନିଟ୍‌(ଏମ୍‌ଏନ୍‌ସିୟୁ)। ଏହି ବ୍ୟବସ୍ଥା ଏସ୍‌ସିବିରେ ଆରମ୍ଭ ହେଲେ ରାଜ୍ୟର କୌଣସି ସରକାରୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଏହା ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେବ। ଏଥିରେ ସଫଳତା ମିଳିଲେ ଆଗକୁ ରାଜ୍ୟର ସମସ୍ତ ମେଡିକାଲ କଲେଜରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାର ଯୋଜନା ରହିଛି।

ଏସ୍‌ସିବିରେ ଦୈନିକ ଅଢ଼େଇ ଶହରୁ ୩ଶହ ମହିଳା ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ଆସୁଛନ୍ତି। ‌ସେଥିରୁ ପ୍ରତିଦିନ ହାରାହାରି ୨୦ରୁ ୩୦ ସନ୍ତାନ ପ୍ରସବ ହେଉଛି। କିନ୍ତୁ ପୂର୍ବ ତୁଳନାରେ ଏସ୍‌ସିବିରେ ସନ୍ତାନ ପ୍ରସବ ପାଇଁ ଭିଡ଼ ଓ କାର୍ଯ୍ୟ ଚାପ ହ୍ରାସ ପାଇଥିବା କୁହାଯାଉଛି। ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅତିଗୁରୁତର ଅବସ୍ଥାରେ ମା’ମାନେ ଆସୁଥିବାବେଳେ ଶିଶୁମାନେ ଗୁରୁତର ହୋଇ ପଡୁଛନ୍ତି। ‌ସେମାନଙ୍କୁ ନିଓନାଟାଲ୍‌ ଇଣ୍ଟେନ୍‌ସିଭ୍ କେୟାର ୟୁନିଟ୍‌(ନିକୁ) ବେଡ୍‌ରେ ରଖାଯାଇ ଚିକିତ୍ସା କରାଯାଉଛି। ଗୁରୁତର ହୋଇପଡୁଥିବା ମା’ମାନଙ୍କୁ ଅନ୍ୟ ବିଭାଗର ଆଇସିୟୁକୁ ଚିକିତ୍ସା ପାଇଁ ନିଆଯାଉଛି। ଏହି ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏସ୍‌ସିବି ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଖୁବ୍‌ଶୀଘ୍ର ଏମ୍‌ଏନ୍‌ସିୟୁ ଖୋଲାଯିବାକୁ ଯୋଜନା ଆରମ୍ଭ ହୋଇଛି। ‌ମା’ ଓ ଶିଶୁ ଏକାଠି ଚିକିତ୍ସିତ ହେଲେ ଶିଶୁର ସ୍ବାସ୍ଥ୍ୟର ଉନ୍ନତି ପାଇଁ ଅଧିକ ଫଳପ୍ରଦ ଚିକିତ୍ସା ହୋଇପାରିବ ବୋଲି ବିଶେଷଜ୍ଞ ଡାକ୍ତରମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe