ମୋ-ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୮ ଆହତ

Advertisment
ମୋ-ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୮ ଆହତ

ଖୋର୍ଦ୍ଧା: ଆଜି ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ ମୁକୁନ୍ଦପ୍ରସାଦ ବାଇପାସ୍ ନିକଟରେ ଖୋର୍ଦ୍ଧାରୁ ଭୁବନେଶ୍ୱର ଯାଉଥିବା ଏକ ମୋ ବସ୍ ଓ ବିପରୀତ ଦିଗରୁ ଯାଉଥିବା ଏକ ମାଲବାହୀ ମିନିଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ମିନିଟ୍ରକ୍ ଚାଳକ ସମେତ ୯ ଜଣ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ମିନିଟ୍ରକ୍ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ଆଜି ରବିବାର ଓ ସକାଳୁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାସ୍ତାଘାଟ ଜନାକୀର୍ଣ୍ଣ ଥିଲା । ଏହି ସମୟରେ ମୋ ବସ୍ଟି ବାଇପାସ୍ ଦେଇ ଖୋର୍ଦ୍ଧାରୁ ଭୁବନେଶ୍ୱର ଯାଉଥିଲା । ବସ୍ରେ ମଧ୍ୟ ଯାତ୍ରୀଙ୍କ ସଂଖ୍ୟା କମ୍ ରହିଥିଲା । ଅଣଓସାରିଆ ରାସ୍ତାରେ ଉଭୟ ଗାଡ଼ିଚାଳକ ଧୀରେ ଯିବା ପରିବର୍ତେ ପରସ୍ପରକୁ ଅତିକ୍ରମ କରି ଚାଲିଯିବା ଉଦ୍ୟମ କରିଥିଲେ, ଫଳରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କାରେ ମିନି ଟ୍ରକ୍ଟି ସମ୍ମୁଖ ଭାଗରୁ ଚାପି ହୋଇପଡ଼ିବା ଫଳରେ ଚାଳକ ଭିତରେ ଚାପି ହୋଇରହିଯାଇଥିଲେ । ଅଗ୍ନିଶମ ବିିଭାଗ କର୍ମଚାରୀମାନେ ଆସି ସ୍ୱତନ୍ତ୍ର ଯନ୍ତ୍ରପାତି ସହାୟତାରେ ଟ୍ରକ୍ର ସମ୍ମୁଖ ଭାଗକୁ କାଟି ଚାଳକଙ୍କୁ ଉଦ୍ଧାର କରିଥିଲେ ।

ସେହିଭଳି ବସ୍‌ର ସମ୍ମୁଖ ଭାଗ ମହିଳା ସିଟ୍ରେ ବସିଥିବା ଜଣେ ମହିଳା ମଧ୍ୟ ଗୁରୁତର ଆହତ ହୋଇଥିଲେ । ଅନ୍ୟ ଆହତ ଯାତ୍ରୀଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦେଇଥିବା ଜଣାଯାଇଛି । ଗୁରୁତର ଆହତ ହୋଇଥିବା ମିନିଟ୍ରକ୍ର ଚାଳକଙ୍କ ନାମ ନିମାପଡ଼ାର ଲୁଲା ସାହୁ (୩୦), ଅନ୍ୟ ଆହତଙ୍କ ମଧ୍ୟରେ ସାଗରିକା ମହାପାତ୍ର (୧୬), କେଦାରନାଥ ସାହୁ(୬୦), ସୁକାନ୍ତୀ ସାହୁ(୫୫), ଜ୍ୟେତିର୍ମୟୀ ନାୟକ(୧୮), ନନ୍ଦିନୀ ନାୟକ (୩୨), ବିକ୍ରମ ସାହୁ (୧୩), ସଂଯୁକ୍ତା ମହାନ୍ତି (୫୬) ଓ ସଂଗୀତା ସ୍ୱାଇଁ । ତେବେ ଖବର ଲେଖିବା ବେଳେ ଏଯାଏଁ ଖୋର୍ଦ୍ଧା ଟାଉନ୍ ଥାନରେ ଏନେଇ ବିଧିବଦ୍ଧ ଭାବେ ମାମଲା ରୁଜୁ ହୋଇନଥିବା ଜଣାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe