କାକଟପୁର, ଡେଲାଙ୍ଗ, ସାତପଡ଼ାକୁ ଗଡ଼ିବ ‘ମୋ ବସ୍‌’

Advertisment

୧୩ ନୂଆ ରୁଟ୍‌

୧୩ ନୂଆ ରୁଟ୍‌

କାକଟପୁର, ଡେଲାଙ୍ଗ, ସାତପଡ଼ାକୁ ଗଡ଼ିବ ‘ମୋ ବସ୍‌’

Odisha Bytes

ଭୁବନେଶ୍ୱର: ଜୁଲାଇ ୧ରୁ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)ର ‘ମୋ ବସ୍‌’ ୧୩ଟି ନୂଆ ରୁଟ୍‌ରେ ସେବା ପ୍ରଦାନ କରିବ। ଦୀର୍ଘ ଦିନରୁ ରହିଥିବା ଦାବି ଓ ଜନସାଧାରଣଙ୍କ ଚାହିଦା ଆଧାରରେ କ୍ରୁଟ୍‌ ଏହି ନୂଆ ୧୩ଟି ରୁଟ୍‌କୁ ଯୋଡ଼ିଛି। ନୂଆ ରୁଟ୍‌ ସବୁ ଭୁବନେଶ୍ୱର, କଟକ ଓ ପୁରୀ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉପଲବ୍ଧ ହେବ।

publive-image

ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥାରେ କାକଟପୁର, ସାତପଡ଼ା ଓ ଡେଲାଙ୍ଗ ଯୋଡ଼ି ହୋଇଛନ୍ତି। ଏହି ନୂଆ ରୁଟ୍‌ ଗୁଡିକରେ ‘ମୋ ବସ୍‌’ ସେବା ଦ୍ୱାରା ରାଜଧାନୀ ତଥା ଅନ୍ୟ ସବୁ ଅଞ୍ଚଳର ସାଧାରଣ ପରିବହନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିବ। ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକମାନେ ମଧ୍ୟ ବିଶେଷ ଉପକୃତ ହେବେ। ଏହି ସବୁ ଅଞ୍ଚଳର ପ୍ରମୁଖ ହବ୍‌ଗୁଡ଼ିକୁ ସଂଯୋଗ କରୁଥିବା ଏହି ରୁଟ୍‌ସବୁ ନିରନ୍ତର ସାଧାରଣ ପରିବହନ ସେବା ସୁନିଶ୍ଚିତ କରିବ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe