‘ମୋ କଲେଜ’ର ଅଗ୍ରଗତି ନେଇ ସମୀକ୍ଷା: ୧୫ ଦିନରେ ମୋ କଲେଜ କମିଟି ଗଢ଼

ସରକାରୀ କଲେଜ, ବିଶ୍ବବିଦ୍ୟାଳୟରେ ଅଧା ଶିକ୍ଷକ ପଦବି ଖାଲି

odishasuntimes.com

ଭୁବନେଶ୍ବର: ‘‌‌ମୋ କଲେଜ ଅଭିଯାନ’କୁ ଅଧିକ କ୍ରିୟାଶୀଳ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଆସନ୍ତା ୧୫ ଦିନ ମଧ୍ୟରେ ତଥା ଜାନୁଆରି ଶେଷ ସୁଦ୍ଧା ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ କମିଟି ଗଠନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ନିର୍ଦେଶ ଦିଆଯାଇଛି। ଡିଗ୍ରି କଲେଜଗୁଡ଼ିକ ପାଇଁ କଲେଜସ୍ତରୀୟ କମିଟି(ସିଏଲ୍‌ସି) ଓ ବିଶ୍ବବିଦ୍ୟାଳୟଗୁଡ଼ିକ ପାଇଁ ୟୁନିଭରସିଟି ଲେବଲ୍‌ କମିଟି(ୟୁଏଲ୍‌ସି) ଗଢ଼ିବାକୁ କୁଳପତି ଓ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି। କମିଟିଗୁଡ଼ିକ କିଭଳି ଗଠନ ହେବ ସେନେଇ ପୂର୍ବରୁ ପ୍ରକାଶିତ ସଂକଳ୍ପରେ ଉଲ୍ଲେଖ ହୋଇଛି। ତାହାରି ଆଧାରରେ ପଦକ୍ଷେପ ନିଆଯିବ। ଏଥିସହ ଶିକ୍ଷାନୁଷ୍ଠାନ ପକ୍ଷରୁ ପୁରାତନ ଛାତ୍ରଛାତ୍ରୀଙ୍କ ଏକ ଡାଟାବେସ୍‌ ପ୍ରସ୍ତୁତ କରିବା, ପୁରାତନ ଛାତ୍ରଛାତ୍ରୀଙ୍କ ସହ ପ୍ରତି ମାସରେ ୩ ଘଣ୍ଟା ଆଲୋଚନା କରିବାକୁ ସମୟ ଧାର୍ଯ୍ୟ ହୋଇଛି। ବର୍ତମାନର ଛାତ୍ରଛାତ୍ରୀ ଯେପରି ପୁରାତନ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିପାରିବେ ସେଦିଗରେ ବି ପଦକ୍ଷେପ ନେବେ।

ସୂଚନା ଅନୁଯାୟୀ ୨୦୧୯ ନଭେମ୍ବର ୨ରେ ‘ମୋ କଲେଜ ଅଭିଯାନ’ ଗଠିତ ହୋଇଛି। ଯେଉଁଥିରେ ପୁରାତନ ଛାତ୍ରଛାତ୍ରୀ ସାମିଲ ହୋଇ କଲେଜ ଓ ବିଶ୍ବବିଦ୍ୟାଳୟର ବିକାଶ ଲାଗି ସହାୟତା ଯୋଗାଇ ଦେବେ। ସରକାର ମଧ୍ୟ ଏଥିରେ ସହ‌ଯୋଗ କରିବେ। ଇତିମଧ୍ୟରେ ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନ(ଏମ୍‌ସିଏପିଏସ୍‌)ର ପରିଚାଳନା କମିଟି‌ର ପ୍ରଥମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହାର ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପରୋକ୍ତ ବିଷୟଗୁଡ଼ିକ ଉପରେ ବିଚାରବିମର୍ଶ କରାଯାଇ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe