‘ମୋ ସାଇକେଲ’ ସେବାକୁ ପୂରିଲା ଏକ ବର୍ଷ: ପାଳନ ହେଲା ପ୍ରଥମ ବାର୍ଷିକୀ, ସାଇକ୍ଲୋଥନର ଆୟୋଜନ

Advertisment
‘ମୋ ସାଇକେଲ’ ସେବାକୁ ପୂରିଲା ଏକ ବର୍ଷ: ପାଳନ ହେଲା ପ୍ରଥମ ବାର୍ଷିକୀ, ସାଇକ୍ଲୋଥନର ଆୟୋଜନ

Kalinga TV

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସାଧାରଣ ପରିବହନ ବ୍ୟବସ୍ଥାର ଅନ୍ୟତମ ସେବା ‘ମୋ ସାଇକେଲ’କୁ ମଙ୍ଗଳବାର ଏକ ବର୍ଷ ପୂରିଛି। ଏହି ଅବସରରେ ଆଜି ପ୍ରଥମ ବାର୍ଷିକୀ ପାଳନ ହୋଇଛି। ପ୍ରଥମ ବାର୍ଷିକୀ ଅବସରରେ ବିଏମସି ଭବାନୀ ମଲ ନିକଟସ୍ଥ ସିଆରୟୁଟି ଠାରୁ ରୋଟାରୀ ଭବନ ଯାଏଁ ୨.୫ କିମି ଏ ସାଇକ୍ଲୋଥନର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅର୍ଜୁନ ପରୁସ୍କାର ପ୍ରାପ୍ତ ମିନତୀ ମହାପାତ୍ର ଯୋଗଦେଇଥିଲେ।

ସାଇକେଲ ଚଳାଇବା ଶରୀରକୁ କେତେ ଭଲ, ସେ ବାବଦରେ ଭୁବନେଶ୍ୱର ସାଇକିଲିଂ ଆଣ୍ଡ ଆଡଭେଞ୍ଚର କ୍ଲବ ଓ ଫିଟନେସ ଫ୍ରେକ୍‌ର ସଦସ୍ୟ ଆଇପିଏସ ସଂଜୀବ ପଣ୍ଡା ନିଜର ମତ ରଖିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ମିନତୀ ମହାପାତ୍ର ଉପସ୍ଥିତ ଦର୍ଶକଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ ଯେ, ଯେତେବେଳେ ଭୁବନେଶ୍ୱରରେ ଅଧିକରୁ ଅଧିକ ସଂଖ୍ୟାରେ ସାଇକେଲ ଚଳାଇବେ ତେବେ ଯାଇ ଏହା ସ୍ମାର୍ଟ ସିଟି ହୋଇପାରିବ।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ନଭେମ୍ବର ୨୬ରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପୁରୁଷ ହକି ବିଶ୍ୱକପ ପୂର୍ବରୁ ‘ମୋ ସାଇକେଲ’ ସେବାକୁ ଉଦଘାଟନ କରିଥିଲେ। ମୋ ସାଇକେଲ ସେବା ଆରମ୍ଭ ହେବା ପରେ ବିଶେଷ ଭାବେ ଯୁବପୀଢ଼ି ସୁବିଧାରେ ଓ କମ ଖର୍ଚ୍ଚରେ ଗୋଟିଏ ସ୍ଥାନକୁ ଯାଇ ପାରୁଛନ୍ତି। ଆପ୍‌ ମାଧ୍ୟମରେ ବୁକିଂ କରି ଯୁବପୀଢ଼ି ସହରର ଜଣାଶୁଣା ଛକରୁ ‘ମୋ ସାଇକେଲ’ ପାଇପାରୁଛନ୍ତି। ମାତ୍ର ଦୁଃଖର କଥା ଯେ, କିଛି ଅସାମାଜିକ ଲୋକଙ୍କୁ ଯୋଗୁଁ ବିଗତ ଏକ ବର୍ଷ ମଧ୍ୟରେ କିଛି ‘ମୋ ସାଇକେଲ’ ଚୋରି ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe