ବନ୍ତ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ଦେଶବ୍ୟାପି ଚାଲିଥିବା ‘ମେରି ମାଟି ମେରା ଦେଶ ବା ମୋ ମାଟି ମୋ ଦେଶ’ ଅଭିଯାନ କାର୍ଯ୍ୟକ୍ରମ ମଙ୍ଗଳବାର ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଥା ଵନ୍ତ ଵ୍ଲକ ମହତାବ ମଣ୍ଡଳ ଅଧିନସ୍ଥ ରାମଚନ୍ଦ୍ରପୁର ପଞ୍ଚାୟତରେ ଭାଜପା ତରଫରୁ ଆୟୋଜିତ ହୋଇଯାଇଛି। ଏଥିରେ ଦଳର ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ପୂର୍ବତନ ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳ, ନାଟ୍ୟକାର ତଥା ବିଜେପି ନେତା ସୁଧାଂଶୁ ଶେଖର ନାୟକଙ୍କ ଉପସ୍ଥିତିରେ ଦଳର ପ୍ରାକ୍ତନ ବନ୍ତ ମଣ୍ଡଳ ଅଧ୍ୟକ୍ଷ ପତଞ୍ଜଳି କର ଶର୍ମା ଅମୃତ କଳସରେ ବିଭିନ୍ନ ଗ୍ରାମରୁ ପବିତ୍ର ମାଟି ସ°ଗ୍ରହ କରିଥିଲେ।
ପ୍ରଥମେ ନିମାପଡ଼ା କପାଳୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ସ°କୀର୍ତ୍ତନ ସହ ଏକ ପଦଯାତ୍ରା ଆରମ୍ଭ ହୋଇ ସାହାରାଗଢିଆ, ସାନବର୍ଚ୍ଚିକେୟା, ରାମଚନ୍ଦ୍ରପୁର, ପାନପଦୀ ଓ ନିମାପଡ଼ା ଗ୍ରାମର ଅବସରପ୍ରାପ୍ତ ବୀର ଯବାନଙ୍କ ଘର ଓ ଗ୍ରାମଦେବତୀଙ୍କ ପୀଠରୁ ପବିତ୍ର ମୃତ୍ତିକା ସ°ଗ୍ରହ କରାଯାଇଥିଲା। ସ୍ବାଧୀନତା ସ°ଗ୍ରାମୀ ଉଦୟନାଥ ସୁଆର, ଅବସରପ୍ରାପ୍ତ ସାମରିକ କର୍ମଚାରୀ ଅର୍ଜୁନ ସ୍ବାଇଁ, ରମେଶ ବେହେରା, ସୌଭାଗ୍ୟ ରଞ୍ଜନ ରାଉତ, ଅବସପ୍ରାପ୍ତ ଶିକ୍ଷାଧିକାରୀ ଗଣେଶ ପ୍ରସାଦ କର ଶର୍ମା, ସୂର୍ଯ୍ୟମଣୀ ରାଉଳ, ବିଶ୍ବନାଥ ବିଶ୍ବାଳ ଓ ସମାଜସେବୀ ଦୁର୍ଯ୍ୟୋଧନ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସେହିପରି ରାମଚନ୍ଦ୍ରପୁର ପଞ୍ଚାୟତ ସଭାପତି ପଦ୍ମନାଭ ସୁଆର, ସମ୍ପାଦକ ଉର୍ମିଳା ଦାସ, ପୂର୍ବତନ ପଞ୍ଚାୟତ ସଭାପତି ଅନ୍ନଦା କର ଶର୍ମା ପଞ୍ଚାୟତ ସମିତି ସଭ୍ୟ ମାନସ ଯେନା, ମହତାବ ମଣ୍ଡଳ ସଭାପତି ବାବୁ ଦାସ ଅଧିକାରୀ, ରାଜୀବ ଲୋଚନ ରାୟ, ପୂର୍ବତନ ବ୍ଲକ ସମ୍ପାଦକ ପ୍ରଫୁଲ୍ଲ ସିଂହ, ବନମାଳୀ ବାରିକ, ପ୍ରମୋଦ ବାରିକ, ହରିହର ମାଝୀ, ସୁରେଶ ବିଶ୍ବାଳ, ପୂର୍ଣ୍ଣଚନ୍ଦ୍ର ବାରିକ, ରଙ୍ଗାଧର ବାରିକ, ସେକ୍ ଆଲାଉଦ୍ଦିନ୍, ଗୌରାଙ୍ଗ ସାହୁ, ଶ୍ରୀକାନ୍ତ ନାୟକ, ରଞ୍ଜିତ ବିଶ୍ବାଳ, ରତ୍ନାକର ବିଶ୍ବାଳ ନାରଣ ବାରିକ ନିରଞ୍ଜନ ଓଝା, କାଳନ୍ଦୀ ଖିଲାର, ନାରଣ ପଣ୍ଡା, ବଳରାମ ପଣ୍ଡା, ଜଗନ୍ନାଥ ବିଶ୍ବାଳଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଏହି ଅଭିଯାନରେ ସାମିଲ ହେବା ସହ ଆୟୋଜନରେ ସହଯୋଗ କରିଥିଲେ।
Follow Us