ବରଗଡ଼ ଗସ୍ତରେ ‘ମୋ ସ୍କୁଲ୍‌’ର ୪ଟି ଟିମ୍‌

‘ମୋ ସ୍କୁଲ’ ପ୍ରକଳ୍ପର ସମୀକ୍ଷା: ‘ସୁରଭି’ରେ ଆକର୍ଷଣ ସାଜିବ ‘ଆକାଂକ୍ଷୀ ପାଭିଲିଅନ୍‌’

YouTube

ଭୁବନେଶ୍ବର : ‘ମୋ ସ୍କୁଲ୍ ଅଭିଯାନ’ର ୪ଟି ସ୍ୱତନ୍ତ୍ର ଟିମ୍‌ ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ‘ମୋ ସ୍କୁଲ୍‌’ ପ୍ରକଳ୍ପ ଅଧିକାରୀ ହିଂମାଶୁ ଭୂଷଣ ଓଝା, ଜୋନାଲ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଅଫିସର ଶୁଭା ପାଲିତ୍‌, ରିଲେସନ୍‌ସିପ୍‌ ଅଫିସର ମୈତ୍ରୀ ବାବୁ ଓ ତନ୍ମୟା ଦାସଙ୍କ ନେତୃତ୍ୱରେ ଯାଇଥିବା ୪ଟି ଟିମ୍ ଦୁଇ ଦିନରେ ୭୧ଟି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ମୋ ସ୍କୁଲ୍ ଅଭିଯାନରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ଅଭିଯାନରେ କିଭଳି ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ସାମିଲ ହୋଇପାରିବେ, ସେନେଇ ଲୋକଙ୍କୁ ସଚେତନ କରାଇବେ।

ଟିମ୍‌ଗୁଡ଼ିକ ଆଜି ବରଗଡ଼ ଜିଲ୍ଲାର ଗାଇସିଲେଟ୍‌, ବିଜେପୁର ଓ ବରପାଲି ବ୍ଲକ୍ ଗସ୍ତ କରି ୩୭ଟି ହାଇସ୍କୁଲ୍‌ର ସ୍ଥିତି ଅନୁଧ୍ୟାନ କରିବା ସହ ସରକାରୀ ବିଦ୍ୟାଳୟର ସର୍ବାଙ୍ଗିନ ଉନ୍ନତି ଲାଗି ସହଯୋଗର ହାତ ବଢ଼ାଇଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଧନ୍ୟବାଦପତ୍ର ପ୍ରଦାନ କରିଥିଲେ। ବିଦ୍ୟାଳୟ ଭିତ୍ତିଭୂମି ବିକାଶ ସହ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ କିଭଳି ଉନ୍ନତି ଅଣାଯାଇପାରିବ, ତାହା ଉପରେ ଗୁରୁତ୍ବ ଦେଇଥିଲେ। ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ତାହାର ଲାଭ ଯେପରି ପିଲାଙ୍କ ପାଖରେ ପହଞ୍ଚିପାରିବ, ସେନେଇ ଟିମ୍‌ର ସଦସ୍ୟମାନେ ସ୍କୁଲ୍‌ର ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ବୁଝାଇଥିଲେ। ସରକାରୀ ବିଦ୍ୟାଳୟର ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀ ଇତିମଧ୍ୟରେ ୮୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା ବେଳେ ବିଭିନ୍ନ ମାଧ୍ୟମରେ ସେବା ଯୋଗାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe