ଖଡ଼ିଆଳରେ ଜିଲ୍ଲାପାଳଙ୍କ ଦ୍ୱାରା ମୋ ଦୋକାନ ଉଦ୍‌ଘାଟିତ

Advertisment
ଖଡ଼ିଆଳରେ ଜିଲ୍ଲାପାଳଙ୍କ ଦ୍ୱାରା ମୋ ଦୋକାନ ଉଦ୍‌ଘାଟିତ

ଖଡ଼ିଆଳ : ଖଡ଼ିଆଳ ଏନ୍‌ଏସି ୨ନଂ ୱାର୍ଡ କଲ୍ୟାଣ ମଣ୍ଡପରେ ପଲ୍ଲୀବିକାଶ ଏବଂ ମର୍ଯ୍ୟାଦା କୃଷି ଉତ୍ପାଦନ କମ୍ପାନି ମିଳିତ ଆନୂକୁଲ୍ୟରେ ‘ମୋ ଦୋକାନ’ କୁ ନୂଆପଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂହ ଉଦ୍‌ଘାଟନ କରିଛନ୍ତି। ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଜିଲ୍ଲାରେ ମାଣ୍ଡିଆ, ମକା, ଗୁର୍ଜି, ମୁଗ, ବିରି, ହରଡ଼, ଝାରି, ଝୁଣା, କୋଦୋ, କୋଳଥ, ଚାଷ ହେଉଥିବା ବେଳେ ଧୀରେ ଧୀରେ ଏହି ସାମଗ୍ରୀର ଚାହିଦା କମି ଯାଉଛି। ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ଏହି ଉତ୍ପାଦିତ ସାମଗ୍ରୀକୁ ଉଚିତ ମୂଲ୍ୟରେ କିଣା ବିକା କରିବ ଏବଂ ଚାଷୀଙ୍କୁ ସୁହାଇଲା ଭଳି ପ୍ରାପ୍ୟ ଦେବାକୁ ପଦକ୍ଷେପ ନେଇଥିବାରୁ ଚାଷୀମାନେ ଖୁସି ବ୍ୟକ୍ତ କରୁଛନ୍ତି।

କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ସମରେଶ ଚନ୍ଦ୍ର ବେହେରା, ଜିଲ୍ଲା ମିଲେଟ୍‌ ମିସନ ଅଧିକାରୀ ହିମାଂଶୁ ମହାପାତ୍ର, ଖଡ଼ିଆଳ ସିଡିପିଓ ମନ କୁମାରୀ ଲମ୍ବୋ, ପଲ୍ଲୀବିକାଶ ସମ୍ପାଦକ ସୁରେଶ ରାଉତ, ପଲ୍ଲୀବିକାଶ ବ୍ଲକ୍‌ ସଂଯୋଜକ ଭକ୍ତ ଚରଣ ବାଗ ଓ ମହିଳା ଏସ୍‌ଏଚ୍‌ଜି ସଦସ୍ୟା ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe