ଗୋଷ୍ଠୀ ସଂଘର୍ଷର ସମାଧାନ କରୁଥିବା ଲୋକଙ୍କୁ ପୁଲିସ ଉଠାଇ ନେବାରୁ ଉତ୍ତେଜନା; ଲୋକଙ୍କ ମାଡରେ ପୋଲିସ ଆହତ

ଗୋଷ୍ଠୀ ସଂଘର୍ଷର ସମାଧାନ କରୁଥିବା ଲୋକଙ୍କୁ ପୁଲିସ ଉଠାଇ ନେବାରୁ ଉତ୍ତେଜନା; ଲୋକଙ୍କ ମାଡରେ ପୋଲିସ ଆହତ

ବାଲେଶ୍ୱର: ଲୋକଙ୍କ ମାଡରେ ଛତ୍ରଭଙ୍ଗ ଦେଇଛି ପୁଲିସ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱରରେ। ଜିଲ୍ଲାର ଖନ୍ତାପଡା ଥାନା ଅଧିନ ଗୋପାଳପୁର ଛକ ନିକଟ ମଦ ଦୋକାନ ପାଖରେ ଗୋଷ୍ଠୀ ସଂଘର୍ଷର ସାମାଧାନ କରୁଥିବା ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ପୁଲିସ ଉଠାଇ ନେବାରୁ ଉତ୍ତେଜନା ଦେଖା ଦେଇଛି । ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରେ ଆକ୍ରମଣ କରିଛନ୍ତି । ଲୋକଙ୍କ ମାଡରେ ୩ ଜଣ ପୁଲିସ ଅଧିକାରୀ ଆହତ ହୋଇଛନ୍ତି । ଆହତ ପୁଲିସ ଅଧିକାରୀଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ହୋଲି ଦିନ ମଦ ପିଇବାକୁ ନେଇ ମଦ ଦୋକ‌ାନ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଖବର ପାଇ ଖନ୍ତାପଡ଼ା ଥାନା ଅଧିକାରୀ ଓ ଥାନାର ସେକେଣ୍ଡ ଅଫିସରଙ୍କ ସମେତ ଅନ୍ୟ କିଛି ପୁଲିସ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।  ଏହାପରେ ପୁଲିସ୍ ଗଣ୍ଡଗୋଳକାରୀଙ୍କୁ ପିଟିଥିଲା। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳର କିଛି ବୟସ୍କ ବ୍ୟକ୍ତି ସେଠାରେ ପହଞ୍ଚି ଆପୋଷ ସମାଧାନ କରିବାକୁ ଚାହିଥିଲେ। ମାତ୍ର ପୁଲିସ ସେମାନଙ୍କୁ ଉଠାଇ ନେବାକୁ ଉଦ୍ୟମ କରିଥିଲା ବୋଲି ଅଭିଯୋଗ ହୋଇଛି। ଫଳରେ ପରିସ୍ଥିତି ବେକାବୁ ହୋଇ ଯାଇଥିଲା। ଏହାପରେ ଘଟଣାସ୍ଥଳରେ ଉପସ୍ଥିତ ଲୋକ ପୁଲିସକୁ ଆକ୍ରମଣ କରିଥିଲେ। ଫଳରେ ପୁଲିସ ଛତ୍ରଭଙ୍ଗ ଦେଇଥିଲା। ଏହି ଘଟଣାରେ ୩ ଜଣ ପୁଲିସ ଅଧିକାରୀ ଆହତ ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe