ସାପ୍ତାହିକ ହାଟରୁ ବାଇକ୍‌, ମୋବାଇଲ ଚୋରି

Advertisment
ସାପ୍ତାହିକ ହାଟରୁ ବାଇକ୍‌, ମୋବାଇଲ ଚୋରି

Argus News

ଆନନ୍ଦପୁର: ଘସିପୁରା ଥାନା ଦେଓଗାଁ ସାପ୍ତାହିକ ହାଟରେ ଲୁଟେରାଙ୍କ ଉପଦ୍ରବ ବଢ଼ିଚାଲିଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ଦେଓଗାଁରେ ସାପ୍ତାହିକ ହାଟ ବସୁଛି। ବର୍ଷେ ହେଲା ହାଟ ନିଲାମ ହୋଇନଥିବା ବେଳେ ସବୁ ସମୟରେ ବିଶୃଙ୍ଖଳା ଓ ଚୋରି ହେଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। କିଛି ବାହାର ଲୋକ କେବଳ ହାଟରୁ ମାହାସୁଲ ଆଦାୟ କରୁଥିବା ବେଳେ ବ୍ୟବସାୟୀଙ୍କ ସମସ୍ୟା ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ପୂର୍ବରୁ ଖଲଣାର ଜଣେ ବ୍ୟବସାୟୀଙ୍କ ଟଙ୍କା ବାକ୍ସ ଏବଂ ଜଣେ ଶିକ୍ଷକଙ୍କ ବାଇକରୁ ଟଙ୍କା ବ୍ୟାଗ୍ ଲୁଟ୍ ହୋଇଥିଲା।

ଆଜି ବଳରାମପୁର ପଞ୍ଚାୟତ ଅତାସାହି ଗ୍ରାମର ବ୍ୟବସାୟୀ ମୁରଲୀ ସାହୁଙ୍କ ବାଇକ୍ ହାଟରୁ ଚୋରି ହୋଇଯାଇଛି। ସେ ଗ୍ରାହକଙ୍କ ସହିତ ବେପାରରେ ବ୍ୟସ୍ତ ଥିବାବେଳେ ପଛପଟେ ଥିବା ତାଙ୍କ ବାଇକ ଚୋରି ହୋଇଥିଲା। ସେହିପରି ଅନ୍ୟଜଣେ ବ୍ୟବସାୟୀଙ୍କ ମୋବାଇଲ ଫୋନ୍‌ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ହାଟ ନିଲାମ ସମ୍ପର୍କରେ ପିଇଓ ପଙ୍କଜ କୁମାର ସାହୁଙ୍କୁ ପଚାରିବାରୁ ମାର୍ଚ୍ଚରେ ନିଲାମ ହେବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe