ବନ୍ଧୁକ ଦେଖାଇ ମୋବାଇଲ ଓ ଟଙ୍କା ଝାମ୍ପିନେଲେ

ଆର୍‌ଏସ୍‌ପି କର୍ମଚାରୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲୁଟିନେଲେ ୨୦ ଲକ୍ଷର ସୁନାଗହଣା

India TV News

ଚଣ୍ଡିଖୋଲ : ଜାତୀୟ ରାଜପଥ ୫୩ରେ ରାହାଜାନି। ବନ୍ଧୁକ ଦେଖାଇ ମୋବାଇଲ ଫୋନ ଓ ଟଙ୍କା ଛଡ଼ାଇ ନେଲେ ୩ ଦୁର୍ବୃତ୍ତ। ଗତକାଲି ରାତି ୧୦ଟାରେ ଜାତୀୟ ରାଜପଥର କଟିକଟା ଛକ ନିକଟରେ ଏହି ଲୁଟ୍‌ ହୋଇଛି। ବରଦା ଗ୍ରାମର ଅକ୍ଷୟ କୁମାର ପୃଷ୍ଟି ଏହି ଲୁଟ୍‌ର ଶିକାର ହୋଇଛନ୍ତି।

କୌଣସି କାମରେ ସେ ବାଲିଚନ୍ଦ୍ରପୁର ବଜାରକୁ ଆସିଥିଲେ। ରାତି ୧୦ ଟାରେ ନିଜ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। କଟିକଟା ଛକ ନିକଟ ଏକ ନିଛାଟିଆ ସ୍ଥାନରେ ତିନିଜଣ ଯୁବକ ଏକ ସ୍କୁଟରରେ ଆସି ଅକ୍ଷୟଙ୍କୁ ସେଠାରେ ଅଟକାଇଥିଲେ। ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ନଗଦ ୮ ହଜାର ଟଙ୍କା ଓ ତାଙ୍କ ମୋବାଇଲ ଫୋନ ଲୁଟିନେଇ ଚମ୍ପଟ ମାରିଥିଲେ। ଏନେଇ ଅକ୍ଷୟ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe