ସହରାଞ୍ଚଳରେ ଆରମ୍ଭ ହେଲା ଭ୍ରାମ୍ୟମାଣ ବ୍ୟାଙ୍କ ସେବା, ଆର୍ଥିକ କାରବାର ପାଇଁ ସହରାଞ୍ଚଳର ବିଭିନ୍ନ ଛକରେ ବୁଲୁଛି ଭ୍ରାମ୍ୟମାଣ ଏଟିଏମ୍ ଭ୍ୟାନ୍

ସହରାଞ୍ଚଳରେ ଆରମ୍ଭ ହେଲା ଭ୍ରାମ୍ୟମାଣ ବ୍ୟାଙ୍କ ସେବା, ଆର୍ଥିକ କାରବାର ପାଇଁ ସହରାଞ୍ଚଳର ବିଭିନ୍ନ ଛକରେ ବୁଲୁଛି ଭ୍ରାମ୍ୟମାଣ ଏଟିଏମ୍ ଭ୍ୟାନ୍

thebetterindia.com

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରେ ଗତ ୩ ତାରିଖରୁ ସହରାଞ୍ଚଳରେ ସମସ୍ତ ସେବା ଠପ୍ ହୋଇପଡ଼ିଛି । ଆଉ ଏଭଳି ସ୍ଥିତିରେ ଲୋକମାନଙ୍କୁ ସମସ୍ତ ମୌଳିକ ସୁବିଧା ହାତ ପାହାନ୍ତାରେ ପହଁଚାଇବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଗତାକାଲି ଭ୍ରାମ୍ୟମାଣ ମୋବାଇଲ ସେବା ଆରମ୍ଭ ହୋଇଥିବାବେଳେ ଆଜି ସହରାଞ୍ଚଳରେ ଟଙ୍କା ଲେଣଦେଣ ନେଇ ଭ୍ରାମ୍ୟମାଣ ବ୍ୟାଙ୍କ ସେବା ଆରମ୍ଭ ହୋଇଛି । ଯାହାଦ୍ୱାରା ଲୋକମାନେ ଏହି ସବୁ ଭ୍ରାମ୍ୟମାଣ ଏଟିଏମରୁ ଟଙ୍କା ଉଠାଇ ପାରୁଛନ୍ତି ।

ଫନିକୁ ଦୀର୍ଘ ୮ ଦିନ ବିତିଯାଇଛି ଆଉ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବ୍ୟାଙ୍କ ସେବାରେ ଧିରେ ଧିରେ ସ୍ଥିତି ସୁଧୁରିବାରେ ଲାଗିଛି । ହେଲେ ଏବେ ବି ମଧ୍ୟ ସହରାଞ୍ଚଳରେ ଅନେକ ଏଟିଏମ୍ କାର୍ଯ୍ୟକ୍ଷମ କରୁନାହିଁ । ଯେଉଁଥି ପାଇଁ ନଗଦ ଟଙ୍କା ନେଣଦେଣ କରିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ । ତେଣୁ ଏହି ସମସ୍ୟାରୁ ଟିକେ ଆସ୍ୱସ୍ଥି ଦେବା ପାଇଁ ସହରାଞ୍ଚଳର ବିଭିନ୍ନ ପ୍ରମୁଖ ଛକ ମାନଙ୍କରେ ଅନେକ ବ୍ୟାଙ୍କ ତରଫରୁ ଭ୍ରାମ୍ୟମାଣ ଏଟିଏମ ଗାଡ଼ି ରଖାଯାଇଛି ।

ଅନ୍ୟପଟେ ଏହି ଭ୍ରାମ୍ୟମାଣ ଏଟିଏମ ଗାଡ଼ିକୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ା କରାଯାଇଛି । ତେବେ ଦୀର୍ଘ ୮ ଦିନଧରି ଅର୍ଥ କାରବାରରେ ନାହିଁନଥିବା ସମସ୍ୟାରେ ପଡ଼ିଥିବା ଲୋକମାନେ ହାତପାହାନ୍ତାରେ ଏହି ବ୍ୟାଙ୍କ ସୁବିଧା ପାଇ ଏଟିଏମ ନିକଟରେ ଲମ୍ବା ଧାଡ଼ି ଲଗାଇ ଅର୍ଥ ନେଣଦେଣ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe