ଝାରସୁଗୁଡ଼ା: ମୋବାଇଲ ବିସ୍ଫୋରଣ ଘଟି ଯୁବତୀଙ୍କ ମୃତ୍ୟୁ

ଝାରସୁଗୁଡ଼ା: ମୋବାଇଲ ବିସ୍ଫୋରଣ ଘଟି ଯୁବତୀଙ୍କ ମୃତ୍ୟୁ

ଝାରସୁଗୁଡ଼ା: ଚାଇନା କମ୍ପାନି ଦ୍ୱାରା ପ୍ରସ୍ତୁତ ଏକ ମୋବାଇଲ ଫୋନ୍‌ ବିସ୍ଫୋରଣ ଘଟିବାରୁ ଶୁକ୍ରବାର ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩ଟାରେ ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଖଇରିକାନି ନିକଟ ବାଗଡିହ ଗ୍ରାମର ସ୍ୱର୍ଗତ ବାଡ଼ିଆ ଓରାମଙ୍କ ଝିଅ ଉମା ଓରାମ (୧୯) ନାମରେ ଜଣେ ଯୁବତୀ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ଉମା ନୋକିଆ ୫୨୩୩ ମୋବାଇଲ୍‌ରେ ଚାର୍ଜର ସଂଯୋଗ କରି ଅପରାହ୍ନରେ ଜଣେ ସମ୍ପର୍କୀୟଙ୍କ ସହିତ କଥା ହେଉଥିଲେ। ଏହି ସମୟରେ ମୋବାଇଲ୍ ଫୋନଟି ଅଚାନକ ବିସ୍ଫୋରଣ ଘଟିଥିଲା। ଫଳରେ ଉମାର ହାତ-ଗୋଡ଼ ପୋଡ଼ି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଉମାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲେ।

ଉମାର ଭାଇ ଗୌତମ କହିଛନ୍ତି, ଅପରାହ୍ନରେ ଖାଇ ସାରି ଭଉଣୀ ଜଣେ ସମ୍ପର୍କୀୟଙ୍କ ସହିତ କଥା ହେଉଥିବା ବେଳେ ମୋବାଇଲଟି ବିସ୍ଫୋରଣ ଘଟିଥିଲା। ଉମାର ମୃତଦେହ ଶନିବାର ପୋଷ୍ଟମର୍ଟମ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe