୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ମୋବାଇଲ୍, ସାମଗ୍ରୀ ଜବତ, ଜଣେ ଗିରଫ 

Advertisment

ସ୍ବଧାରଗୃହକୁ ଗଲା ନାବାଳକ

ସ୍ବଧାରଗୃହକୁ ଗଲା ନାବାଳକ

୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ମୋବାଇଲ୍, ସାମଗ୍ରୀ ଜବତ, ଜଣେ ଗିରଫ 

ଭଞ୍ଜନଗର : ଭଞ୍ଜନଗର ସହର ମୁଖ୍ୟରାସ୍ତାରେ ଥିବା କାଞ୍ଚନ ମୋବାଇଲ୍ ଦୋକାନରୁ ଗତ ୨୨ ତାରିଖ ବିଳମ୍ବିତ ରାତିରେ ଚୋରି ମାମଲାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଜଣକ ହେଉଛି, ବେଲଗୁଣ୍ଠା ଥାନା ନୂ୍ଆଗାଁ ଗ୍ରାମର ପ୍ରୀତମ୍ କୁମାର ବରାଡ଼ (୨୦)। ସେହିପରି ଏଥି‌ରେ ସଂପୃକ୍ତ ନାବାଳକକୁ ବ୍ରହ୍ମପୁରସ୍ଥିତ ସ୍ବଧାରଗୃହକୁ ପଠାଇଦିଆଯାଇଛି। ସେମାନଙ୍କଠୁ ୧୧ ଟି ବିଭିନ୍ନ କମ୍ପାନିର ଦାମିକା ମୋବାଇଲ୍, ୨ ଟି ଟାବ୍‌ଲେଟ୍‌, ୧୦ଟି ସ୍ମାର୍ଟୱାଚ୍‌, ୪ଟି ଇୟରଫୋନ୍‌, ଗୋଟିଏ ବ୍ଲୁଟୁଥ୍ ସ୍ପିକର୍ ଓ ଗୋଟିଏ ସିପିୟୁ ଜବତ ହୋଇଛି। ମୋବାଇଲ୍ ସମେତ ସମସ୍ତ ସାମଗ୍ରୀର ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଥାନାଧିକାରୀ ଧୀରେଶ କୁମାର ଦାଶ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଜବତ ସମଗ୍ରୀ ଗୁଡ଼ିକୁ ଦୋକାନ ମାଲିକ ସୁକାନ୍ତ ପାଣିଗ୍ରାହୀଙ୍କୁ ହସ୍ତାନ୍ତର କରାଯାଇଛି।

ଗତ ୨୨ ତାରିଖ ରାତିରେ ଅଭିଯୁକ୍ତମାନେ ମୋବାଇଲ୍ ଦୋକାନର ସଟର୍ ତାଡ଼ି ଭିତରେ ପଶି ଚୋରି କରିବା ପରେ ସ୍କୁଟି‌ରେ ସେଠାରୁ ଚମ୍ପଟ୍ ମାରିଥିଲେ। ସୁକାନ୍ତଙ୍କ ଏତଲା କ୍ରମେ ଭଞ୍ଜନଗର ଥାନାରେ କେସ୍ ନମ୍ବର ୩୫୯ ଅନୁସାରେ ମାମଲା ରୁଜୁ ହୋଇଥିଲା। ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ପୁଲିସ ତଦନ୍ତ ପରିସରଭୁକ୍ତ କରିବା ସହ ଅଭିଯୁକ୍ତମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା।  ସାମ୍ବାଦିକ ସମ୍ମିଳନୀରେ ତଦନ୍ତକାରୀ ଅଧିକାରୀ କେଶବ ଷଡ଼ଙ୍ଗୀଙ୍କ ସମେତ ସମସ୍ତ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe