ସମ୍ବଲପୁରରେ ସନ୍ଧ୍ୟା ୬ଟାରେ ମୋବାଇଲରେ ମିଳିବ ଇଣ୍ଟରନେଟ୍ ସୁବିଧା

ସମ୍ବଲପୁରରେ ସନ୍ଧ୍ୟା ୬ଟାରେ ମୋବାଇଲରେ ମିଳିବ ଇଣ୍ଟରନେଟ୍ ସୁବିଧା

ସମ୍ବଲପୁର: ସମ୍ବଲପୁରରେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ମୋବାଇଲ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ। ସେ କହିଛନ୍ତି, ସନ୍ଧ୍ୟା ୬ଟାରେ ମୋବାଇଲରେ ଇଣ୍ଟରନେଟ୍ ଆସିବ। ୯ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହେବ।
ପୂର୍ବରୁ ବ୍ରଜବ୍ୟାଣ୍ଡ ଓ ଲିଜଲାଇନ୍ ସେବା ଉପଲବ୍ଧ ଅଛି। ଗତ ୧୩ ତାରିଖରୁ ଇଣ୍ଟନେଟ୍ ସେବା ବନ୍ଦ ଥିଲା। ସମ୍ବଲପୁରରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ଉପରକୁ ପଥରମାଡ଼ ଘଟଣା ପରେ ଇଣ୍ଟନେଟ୍ ସେବା ବନ୍ଦ ରହିଥିଲା।
ଏଣେ ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ନମାଜ ପାଠ ସହରରେ ଥିବା ୧୩ଟି ମସ୍ଜିଦ ଭିତରେ ସୀମିତ ରଖିବା ପାଇଁ ପ୍ରଶାସନର ପ୍ରସ୍ତାବକୁ ମୁସଲ୍ମାନ ସଂପ୍ରଦାୟ ପକ୍ଷରୁ ଗ୍ରହଣ କରାଯାଇଛି। ତଦନୁଯାୟୀ ଆଜି ଇଦ ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଛି। ସମ୍ବଲପୁରରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ଉପୁଜି ନଥିବା କୁହାଯାଉଛି।

ତେବେ ଗତ ଶୁକ୍ରବାରଠାରୁ ସରକାର ସମସ୍ତ ଲିଜ୍‌ଲାଇନ୍ ଓ ବ୍ରଡ୍‌ବ୍ୟାଣ୍ଡ ଇଣ୍ଟର୍‌ନେଟ୍ ସେବାକୁ କଟକଣା ମୁକ୍ତ କରି ଦେଇଛନ୍ତି। ଅର୍ଥାତ୍ ଲିଜ୍‌ଲାଇନ୍ ଓ ବ୍ରଡ୍‌ବ୍ୟାଣ୍ଡ ସଂଯୋଗ ଥିବା‌ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଶୁକ୍ରବାରଠାରୁ ୨୪ ଘଣ୍ଟିଆ ଇଣ୍ଟର୍‌ନେଟ୍ ପାଇଛନ୍ତି। ହେଲେ ମୋବାଇଲ୍ ଇଣ୍ଟର୍‌ନେଟ୍ ଏବେ ବି ବନ୍ଦ ରହିଛି।

ଏଣେ ଶନିବାର ଇଦ୍‌-ଅଲ୍-ଫିତର ଅବସରରେ ସମ୍ବଲପୁର ସହରରେ କର୍ଫ୍ୟୁ ୧୪ ଘଣ୍ଟା କୋହଳ ରହିବ। ଶୁକ୍ରବାର ୧୨ ଘଣ୍ଟା କର୍ଫ୍ୟୁ ଥିଲାବେଳେ ଶନିବାର ଇଦ୍‌ ପାଇଁ ଆଉ ୨ ଘଣ୍ଟା ଅଧିକ ‌େକାହଳ କରାଯାଇଛି। ଶନିବାର ସକାଳ ୫ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିବ ବୋଲି ସଦର ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ବିଜ୍ଞପ୍ତି ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe