ଭଦ୍ରକ ରେଳବାଇ ପୁଲିସ ଦ୍ୱାରା ମୋବାଇଲ ଲୁଟେରା ଗିରଫ

Advertisment
ଭଦ୍ରକ ରେଳବାଇ ପୁଲିସ ଦ୍ୱାରା ମୋବାଇଲ ଲୁଟେରା ଗିରଫ

ଭଦ୍ରକ : ଭଦ୍ରକ ରେଳବାଇ ପୁଲିସ ହାତରେ ଧରା ପଡିଲେ ମୋବାଇଲ ଲୁଟେରା ଗ୍ୟାଙ୍ଗ । ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଗିରଫ, ୧୩ଟି ଚୋରା ମୋବାଇଲ ଜବତ। ହାଓଡ଼ା - ଯଶବନ୍ତପୁର ଟ୍ରେନ ଯାଉଥିବା ସମୟରେ ବିଳମ୍ବିତ ରାତିରେ ଭଦ୍ରକ ଜିଆରପି ପୁଲିସ ଏହି ମୋବାଇଲ ଲୁଟେରାଙ୍କୁ ଧରିଥିଲା। ପରେ ଅଧିକ ଚଢ଼ାଉ କରିବା ପାଇଁ ଆରପିଏଫର ସହଯୋଗ ନେଇଥିଲା ଜିଆରପି ପୁଲିସ।

ଉଭୟ ଜିଆରପି ଥାନାଧିକାରୀ ସନ୍ତୋଷ କୁମାର ବାହିନୀପତି ଓ ଆରପିଏଫ ଥାନାଧିକାରୀ ବିକାଶ ରଞ୍ଜନ ସିଂଙ୍କ ମିଳିତ ଉଦ୍ୟମରେ ଦୁଇ ମୋବାଇଲ ଲୁଟେରାକୁ ଧରିଥିଲେ। ଏମାନଙ୍କ ନିକଟରୁ ବିଭିନ୍ନ ନାମିଦାମୀ କମ୍ପାନୀର ୧୩ଟି ମୋବାଇଲ ଫୋନ ଜବତ କରାଯାଇଥିବା ବେଳେ ଦୁଇ ଅଭିଯୁକ୍ତକୁ ଗିରଫ କରିଥିବା ଜିଆରପି ପୁଲିସ ସୂଚନା ଦେଇଛି। ଦୁଇଜଣ ମୋବାଇଲ ଲୁଟେରାମାନେ ହେଲେ ପୁରୁଣା ବଜାର ଥାନା ଅଧିନସ୍ଥ ସନ୍ଥିଆ, ନିଳକଣ୍ଠପୁର ଗ୍ରାମର ଜିତେନ୍ଦ୍ର ସିଂ ଆଉ ଜଣେ ଟାଉନ ଥାନା ଅଧିନସ୍ଥ ଡାହାଣୀ ଗଢ଼ିଆ ଛକର ରାଜେଶ୍ ବେହେରା ଓରଫ୍ ରାଜୁ ରେଡି । ଟ୍ରେନରେ ଯାତ୍ରୀ ମାନଙ୍କ ନିକଟରୁ ଏହି ଲୁଟେରା ମାନେ ମୋବାଇଲ ଲୁଟ କରିଥାନ୍ତି, ଯାହାକି ଭଦ୍ରକ ଜିଆରପି ଥାନାରେ ଅଭିଯୋଗ ପରେ କେସ୍ ନଂ ୫/୨୦୨୧ ଓ ୫୬/୨୦୨୧ ମୁଳେ ଧରିବାରେ ସଫଳ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe