ଶାନ୍ତିସ୍ତୂପରେ ଝାଡ଼ଖଣ୍ଡ ପର୍ଯ୍ୟଟକଙ୍କ ମୋବାଇଲ ଫୋନ ଲୁଟିଲେ ଦୁର୍ବୃତ୍ତ

Advertisment
ଶାନ୍ତିସ୍ତୂପରେ ଝାଡ଼ଖଣ୍ଡ ପର୍ଯ୍ୟଟକଙ୍କ ମୋବାଇଲ ଫୋନ ଲୁଟିଲେ ଦୁର୍ବୃତ୍ତ

ଧଉଳି: ଧଉଳି ଶାନ୍ତିସ୍ତୂପ ପରିସରରେ ଆଜି ଜଣେ ଝାଡ଼ଖଣ୍ଡ ପର୍ଯ୍ୟଟକଙ୍କ ମୋବାଇଲ ଫୋନ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଲୁଟର ଶିକାର ହୋଇଥିବା ସଂପୃକ୍ତ ମହିଳା ପର୍ଯ୍ୟଟକ ରାଜେସ୍ବରୀ ଏନେଇ ଆଜି ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଜ ମୋବାଇଲ ଫୋନରୁ ଚୋରି ହୋଇଥିବା ମୋବାଇଲ ଫୋନକୁ ଯୋଗାଯୋଗ କରିଥିଲା। ହେଲେ ତାହା ଥରେ ରିଙ୍ଗ ହୋଇଥିଲେ ବି ପରେ ସୁଇଚ୍ ଅଫ ହୋଇଯାଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ଝାଡ଼ଖଣ୍ଡ ଅଞ୍ଚଳରୁ କିଛି ପର୍ଯ୍ୟଟକ ଶାନ୍ତିସ୍ତୂପ ବୁଲିବାକୁ ଆସିଥିଲେ। ଏହି ସମୟରେ ରାଜେସ୍ବରୀ ତାଙ୍କ ମୋବାଇଲକୁ ଫୋନ ପାଖରେ ରଖି ଠାକୁରଙ୍କୁ ମୁଣ୍ଡିଆ ମାରିବା ସମୟରେ କେହି ଦୁର୍ବୃତ୍ତ ତାକୁ ଚୋରି କରି ନେଇଥିଲେ। ସ୍ଥାନୀୟ ଲୋକ ଚୋରି ମୋବାଇଲ ଫୋନ ଉଦ୍ଧାର ନେଇ ଚେଷ୍ଟା କରିଥିଲେ ସୁଦ୍ଧା ଫୋନଟି ମିଳିପାରି ନଥିଲା। ଅନେକ ଖୋଜା ଖୋଜି ପରେ ମହିଳାଜଣକ ପୁଲିସକୁ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe