କୁହିକା : ସୁକିନ୍ଦା ଥାନା କୁହିକା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ମୋବାଇଲ ଦୋକାନ ଓମ କମ୍ୟୁନିକେସନର କାନ୍ଥ ତାଡ଼ି ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତ୍ରିରେ କେହି ଦୁର୍ବୃତ୍ତ ଦୋକାନର ସାମନା କାନ୍ଥ ତାଡ଼ି ଭିତରେ ପଶି ୧୭ ଟି ସ୍ମାର୍ଟଫୋନ ସହ ବହୁ ସାମଗ୍ରୀ ଚୋରି କରି ନେଇଛନ୍ତି। ଏନେଇ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ ହୋଇଥିବାବେଳେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଦର୍ଶାଯାଇଛି। ଏସଆଇ ଇନ୍ନାମୁଲ ହକଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ ସହ ପ୍ରାଥମିକ ତଦନ୍ତ ସାରି ଫେରିଯାଇଛନ୍ତି।
କୁହିକା : କାନ୍ଥ ତାଡ଼ି ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି
Advertisment
Follow Us