ପରୀକ୍ଷା କେନ୍ଦ୍ରରେ ବୁଲିଲା ମୋବାଇଲ, ଅବଜେକ୍ଟିଭ୍‌ ଉତ୍ତର ଡାକିବା ଭିଡିଓ ଭାଇରାଲ

Advertisment
ଆସନ୍ତା ୨୦ରୁ ମାଟ୍ରିକ ପରୀକ୍ଷା: ବୋର୍ଡ ପକ୍ଷରୁ ଜାରି ହେଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ, ଜାଣନ୍ତୁ ଶିକ୍ଷକ-ଅଭିଭାବକ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ମାଟ୍ରିକ୍‌ ପରୀକ୍ଷାରେ ବିଭ୍ରାଟ ଚିତ୍ର ପୁଣି ସାମ୍ନାକୁ ଆସିଛି। ପୂର୍ବରୁ ହିନ୍ଦୀ ଓ ସଂସ୍କୃତ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ବେଳେ ଏଥର ଅବଜେକ୍ଟିଭ୍‌ ଉତ୍ତର ପିଲାଙ୍କୁ ଡାକିବା ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ କିଏ କଲା, ପରୀକ୍ଷା କେନ୍ଦ୍ର ଭିତରକୁ କେମିତି ମୋବାଇଲ୍‌ ଫୋନ୍‌ ଗଲା ସ୍ପଷ୍ଟ ହୋଇପାରିନି।

ଭାଇରାଲ ଭିଡିଓରେ ପରୀକ୍ଷକ ପିଲାଙ୍କ ଉତ୍ତରଖାତାରେ ଦସ୍ତଖତ କରୁଛନ୍ତି। ସେହିସମୟରେ ଜଣେ ଶିକ୍ଷୟିତ୍ରୀ ପିଲାଙ୍କୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନର ଉତ୍ତର ଡାକି ଚାଲିଛନ୍ତି। ଯାହାକୁ ଅନ୍ୟ ଜଣେ ଶିକ୍ଷୟିତ୍ରୀ ଅତି ଚତୁରତାର ସହ ରେକର୍ଡ କରିଛନ୍ତି। ବୋର୍ଡ ପକ୍ଷରୁ କଡ଼ା କଟକଣା ଲାଗୁ କରାଯାଇଛି। ତଥାପି ପରୀକ୍ଷା କେନ୍ଦ୍ର ମଧ୍ୟକୁ କେମିତି ମୋବାଇଲ ଫୋନ୍‌ ଗଲା, ତାହା ତଦନ୍ତ ସାପେକ୍ଷ ବୋଲି ମତ ପ୍ରକାଶ ପାଇଛି।

ଏ ନେଇ ଗଣମାଧ୍ୟମକୁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ କହିଛନ୍ତି, ସବୁଜ ସାଲୱାର ପିନ୍ଧିଥିବା କେହି ଜଣେ ଭିଡିଓ ରେକର୍ଡ କରୁଛନ୍ତି। ତେଣୁ ବିଦ୍ୟାଳୟର କେହି କର୍ମଚାରୀ ହିଁ ଏହି ଭିଡିଓକୁ ଉତ୍ତୋଳନ କରିଛନ୍ତି। ପରୀକ୍ଷା ପୂର୍ବରୁ ହିଁ ସମସ୍ତ କର୍ମଚାରୀଙ୍କଠାରୁ ମୋବାଇଲ୍‌ ସଂଗ୍ରହ କରାଯାଉଛି। ଏହାସତ୍ତ୍ବେ ମୋବାଇଲ କେମିତି କେନ୍ଦ୍ରକୁ ଗଲା, ତଦନ୍ତ ହେଲେ ସତ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe