ତେଲକୋଇ ହାଟରେ ମୋବାଇଲ ଚୋରି

Advertisment
ମୋବାଇଲ ଝାମ୍ପି ନେଲେ ଦୁର୍ବୃତ୍ତ

Deshgaon

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ବେଶ୍‌ କିଛି ମାସ ହେବ ମୋବାଇଲ ଲୁଟେରାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ପ୍ରତି ଶୁକ୍ରବାର ତେଲକୋଇ ସାପ୍ତାହିକ ହାଟ ବସୁଥିବା ବେଳେ ପଡୋଶୀ ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଜିଲ୍ଲାର ୫ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥାଏ। ଆଜି ହାଟ ପାଳିରେ ୪ଟି ମୋବାଇଲ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ତେଲକୋଇ ଗ୍ରାମର ଭୀମସେନ ବାରିକ, ହାଲପୋଡି ଗ୍ରାମର ଅଶ୍ବିନୀ ସାହୁ ପ୍ରମୁଖଙ୍କ ୪ଟି ମୋବାଇଲ୍ ଲୁଟ ହୋଇଛି। ଗହଳି ଭିତରେ ଲୁଟେରାମାନେ ମୋବାଇଲ ଲୁଟି ନେଇଥିଲେ।

ସୂଚନାଯୋଗ୍ୟ କିଛି ମାସେ ତଳେ ଆକୁଳ ହାଟରୁ ମଧ୍ୟ ମୋବାଇଲ ଲୁଟ ଅଭିଯୋଗରେ ଲୋକେ ଜଣେକୁ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ପୁଲିସ କୌଣସି ସନ୍ତୋଷଜନକ ତଦନ୍ତ ନ କରି ଅଣଓଡ଼ିଆ ଲୁଟେରାକୁ ଛଡି ଦେଇଥିଲା। ବର୍ଷକ ଭିତରେ ତେଲକୋଇ, ଆକୁଳ, ବେଣାମୁଣ୍ଡା, ବିମଳା, ଛାମୁଣ୍ଡା ହାଟରେ ଅନେକ ମୋବାଇଲ ଲୁଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe