ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କଲା ପୁଲିସ, ୬ ମୋବାଇଲ ଜବତ

ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କଲା ପୁଲିସ, ୬ ମୋବାଇଲ ଜବତ

ରାଉରକେଲା: ପ୍ଳାଣ୍ଟସାଇଟ୍‌ ପୁଲିସ ଆଜି ସହରର ଦୁଇ ମୋବାଇଲ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଲୁଟେରା ହେଲେ ରେଲୱେ କଲୋନିର ସଞ୍ଜୟ ପାଶ୍ବାନ(୨୫) ଏବଂ ନାଲାରୋଡର ମହମ୍ମଦ ଇକ୍‌ବାଲ (୩୦)। ଏମାନଙ୍କ ନିକଟରୁ ୬ଟି ଦାମି ମୋବାଇଲ ଜବତ ହୋଇଛି।

ମିଳିଥିବା ସୂଚନା ମୁତାବକ ଦୁଇ ଅଭିଯୁକ୍ତ ଗତ କିଛି ମାସ ଧରି ସହରର ପ୍ରମୁଖ ମାର୍କେଟକୁ ମାର୍କେଟିଂ କରି ଆସୁଥିବା ଗ୍ରାହକଙ୍କୁ ଟାର୍ଗେଟ କରୁଥିଲେ। ବିଭିନ୍ନ ଜିନିଷ କିଣିବା ବାହାନରେ ଗ୍ରାହକଙ୍କ ପଛରେ ଛିଡା ହେଉଥିଲେ। ଗ୍ରାହକ ଜଣକ ଜିନିଷପତ୍ର କିଣିବାରେ ବ୍ୟସ୍ତ ଥିବାବେଳେ ଏହାର ଫାଇଦା ଉଠାଉଥିଲେ ଦୁଇ ଲୁଟେରା। ଗ୍ରାହକଙ୍କ ପଛ ଓ ଆଗ ପକେଟରୁ ଅତି ଚତୁରତାର ସହ ମୋବାଇଲ ଲୁଟ୍‌ କରି ସେଠାରୁ ଚମ୍ପଟ ମାରୁଥିଲେ। କିଛି ଗ୍ରାହକ ଏ ସଂକ୍ରାନ୍ତରେ ପ୍ଲାଣ୍ଟସାଇଟ୍‌ ଥାନାରେ ଏ ସଂକ୍ରାନ୍ତରେ ଲିଖିତ ଏତଲା ଦେଇଥିଲେ। ଗ୍ରାହକଙ୍କ ଲିଖିତ ଏତଲା ଆଧାରରେ ପୁଲିସ ସାଧାପୋଷକରେ ମାର୍କେଟରୁ ଏମାନଙ୍କୁ ଧରିବାରେ ସକ୍ଷମ ହୋଇଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe