ଶ୍ରେଷ୍ଠ ସହରାଞ୍ଚଳ ସେବା ପାଇଁ ‘ମୋ ବସ୍‌’କୁ ଲକ୍ଷ୍ନୌରେ ମିଳିଲା ପୁରସ୍କାର

ଶ୍ରେଷ୍ଠ ସହରାଞ୍ଚଳ ସେବା ପାଇଁ ‘ମୋ ବସ୍‌’କୁ ଲକ୍ଷ୍ନୌରେ ମିଳିଲା ପୁରସ୍କାର

ଭୁବନେଶ୍ୱର: ଶ୍ରେଷ୍ଠ ସହରାଞ୍ଚଳ ବସ୍‌ ସେବା ପାଇଁ ରବିବାର ‘ମୋ ବସ୍‌’କୁ ପୁରସ୍କାର ମିଳିଛି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ତରଫରୁ ଆୟୋଜିତ ୧୨ତମ ଅର୍ବାନ ମୋବିଲିଟି ଇଣ୍ଡିଆ କନଫରେନ୍ସ କମ ଏକସ୍‌ପୋ-୨୦୧୯ କାର୍ଯ୍ୟକ୍ରମରେ ଏହି ପୁରସ୍କାର ମିଳିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ‘ମୋ ବସ୍‌’ ସେବାକୁ ଚଳିତ ମାସ ୬ ତାରିଖ ଏକ ବର୍ଷ ପୂରଣ ହୋଇଛି। ଏହି ଏକ ବର୍ଷ ୧୧ ଦିନର ଯାତ୍ରା ମଧ୍ୟରେ ମୋ ବସ ସେବା ଦେଶ ପାଇଁ ଉଦାହରଣ ପାଲଟିଛି। ରାଜ୍ୟ ବାହାର ଅର୍ଥାତ ବିଦେଶରୁ ଯେଉଁମାନେ ଭୁବନେଶ୍ୱର ଆସି ମୋ ବସ୍‌ରେ ଯାତ୍ରା କରୁଛନ୍ତି, ସେମାନେ ବହୁ ପ୍ରଶଂସା କରୁଛନ୍ତି।

ବର୍ଷ ୨୦୧୮ ନଭେମ୍ବର ୬ ତାରିଖରେ ‘ମୋ ବସ୍‌’ ସେବା ଆରମ୍ଭ ହୋଇଥିଲା। ଉଦ୍‌ଘାଟନୀ ଅବସରରେ ପ୍ରଥମ ‘ମୋ ବସ’ ଭୁବନେଶ୍ୱରରୁ କଟକ ଗଡ଼ିଥିଲା। ପୁରୁଷ ହକି ବିଶ୍ୱକପ୍‌ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଏହି ମୋ ବସ୍‌ ଯେଜନା ଆଜି ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀ ପାଇଁ ଏକ ଲୋକପ୍ରିୟ ବସ ସେବା ବ୍ୟବସ୍ଥା ହୋଇପାରିଛି।

publive-image

ଯାତ୍ରୀମାନେ କମ ସମୟରେ ଓ ଠିକ ମୂଲ୍ୟରେ ଅତ୍ୟାଧୁନିକ ସୁବିଧା ପାଇ ପାରୁଛନ୍ତି। ମୋ ବସ୍‌ରେ ଥିବା ଡିଜିଟାଲ ବ୍ୟବସ୍ଥା ଓ ସୂଚନା ଯାତ୍ରୀମାନଙ୍କୁ ଅଧିକ ଖୁସି ଯୋଗାଉଛି। ଆପ୍‌ ମାଧ୍ୟମରେ ବସ ଚଳାଚଳ ସଂପର୍କୀତ ସୂଚନା ମଧ୍ୟ ମିଳି ପାରୁଛି। ରାଜ୍ୟ ପ୍ରମୁଖ ସହର ଭୁବନେଶ୍ୱର, କଟକ ଓ ପୁରୀରେ ଏବେ ପାଖାପାଖି ୨୦୦ ବସ୍‌ ଚାଲୁଛି। ଆଗାମୀ ଦିନରେ ଏହି ସେବା ଆହୁରି ଅଧିକ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe