ଆଜି କୋଭିଡ ଚିକିତ୍ସା ସଂପର୍କିତ ମକ୍‌ ଡ୍ରିଲ୍‌

Advertisment
କରୋନାର ମୁକାବିଲା ପାଇଁ  ୨ ଦିନିଆ ମକ୍‌ଡ୍ରିଲ

Outlook India

ଭୁବନେଶ୍ବର : ଆଜି ରାଜ୍ୟରେ କୋଭିଡ ଚିକିତ୍ସା ସଂପର୍କିତ ମକ୍‌ ଡ୍ରିଲ୍‌ ଅନୁଷ୍ଠିତ ହେବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ଏଭଳି ମକ୍ ଡ୍ରିଲ୍ କରିବା ପାଇଁ ନିର୍ଦେଶ ଦେବା ପରେ ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତ ହୋଇଛନ୍ତି। ଆଜି ଦିନବ୍ୟାପୀ ରାଜ୍ୟର ସବୁ ସ୍ବାସ୍ଥ୍ୟାନୁଷ୍ଠାନମାନେ ନିଜ ନିଜର ମାନବ ସମ୍ବଳ ସ୍ଥିତି, ମହଜୁଦ ଔଷଧ, ପରୀକ୍ଷା କିଟ୍‌, ରିଏଜେଣ୍ଟ ସ୍ଥିତି, ଶଯ୍ୟା, ଅକ୍ସିଜେନ୍ ପ୍ଲାଣ୍ଟ, ଭେଣ୍ଟିଲେଟର ଆଦି ସଂପର୍କରେ ସୂଚନା ଦେବେ। କେନ୍ଦ୍ର ସରକାରଙ୍କ କୋଭିଡ-୧୯ ପୋର୍ଟାଲରେ ଏ ସଂପର୍କିତ ଷ୍ଟକ୍ ଏଣ୍ଟ୍ରି କରିବେ ବୋଲି ଜଣାପଡ଼ିଛି।

ଗତ ୨୩ ତାରିଖରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାକୁ କୋଭିଡ ପରିଚାଳନା ସଂପର୍କିତ ଚିଠି ଜାରି ହୋଇଥିଲା। ଏଥିରେ କୋଭିଡ ପରୀକ୍ଷାଠାରୁ ଆରମ୍ଭ କରି ଜିନୋମ ସିକ୍ବେନ୍ସିଂ, ଶଯ୍ୟା, ଟିକାକରଣ ଆଦି ସଂପର୍କରେ ସୂଚନା ଦିଆଯାଇଛି। ମକ୍ ଡ୍ରିଲ୍‌ ପାଇଁ ୨୪ତାରିଖରୁ କୋଭିଡ ଇଣ୍ଡିଆ ପୋର୍ଟାଲରେ ଫର୍ମ ଉପଲବ୍ଧ ହୋଇଛି। ୨୭ତାରିଖ ସଂଧ୍ୟା ପୂର୍ବରୁ ଏହି ଫର୍ମ ପୂରଣ କରି ଅପଲୋଡ କରିବାକୁ ହେବ। ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ପରିଚାଳନା ନିର୍ଦେଶିକା ଓ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଏହାର ତଦାରଖ କରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା.ଲକ୍ଷ୍ମୀଧର ସାହୁ କହିଛନ୍ତି, ପୂର୍ବରୁ ଏଭଳି ମକ୍ ଡ୍ରିଲ୍ କରାଯାଇଥିଲା। ଆସନ୍ତାକାଲି ହସ୍ପିଟାଲରେ କୋଭିଡ ଚିକିତ୍ସା ବ୍ୟବସ୍ଥା ସଂପର୍କିତ ସମସ୍ତ ତଥ୍ୟ ଦିଆଯିବ। ଏହାସହ ଆବଶ୍ୟକ ପଡ଼ିଲେ କିଭଳି ଭାବେ ରୋଗୀଙ୍କ ଚିକିତ୍ସା କରାଯିବ ତାହାର ଡେମୋ ବା ପ୍ରଦର୍ଶନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe